Odisha Bandh: ସାରା ରାଜ୍ୟରେ ପେଟ୍ରୋଲ ପମ୍ପ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ

ଆଜି ଓଡ଼ିଶା ବନ୍ଦ । ସାରା ରାଜ୍ୟରେ ପେଟ୍ରୋଲ ପମ୍ପ ବି ବନ୍ଦ ରହିବ । ସୁରକ୍ଷା ଦୃଷ୍ଟିରୁ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ରହିବ ପେଟ୍ରୋଲ ପମ୍ପ । ସଂଧ୍ୟା ୬ଟା ପରେ ହିଁ ପେଟ୍ରୋଲ ପମ୍ପଗୁଡିକ ଖୋଲିବ । ସରକାର ଯେହେତୁ ସୁରକ୍ଷା ଯୋଗାଇ ଦେଇପାରିବେ ନାହିଁ, ସେଥିଲାଗି ପେଟ୍ରୋଲ ପମ୍ପଗୁଡିକୁ ବନ୍ଦ ରଖିବାକୁ ନୀତିଗତ ଭାବରେ ନିଷ୍ପତ୍ତି ନେଇଛି ପେଟ୍ରୋଲ ଡିଲର୍ ଆସୋସିଏସନ । ବ୍ୟବସାୟରେ ଶହେ କୋଟିରୁ ଅଧିକ ଟଙ୍କାର କ୍ଷତି ହେବ ବୋଲି ଅନୁମାନ କରିଛି ଆସୋସିଏସନ ।

Today Odisha is bandh

୩ଟି ଡିପୋ ସହ ରାଜ୍ୟରେ ଥିବା ୩ ହଜାରରୁ ଅଧିକ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ଆସୋସିଏସନ୍ ରାଜ୍ୟ ସଭାପତି ଶଶାଙ୍କ ଶେଖର ସାହୁ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଏହାକୁ ନେଇ ଭିନ୍ନମତ ପ୍ରକାଶ କରିଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସାଧାରଣ ସଂପାଦକ ସଂଜୟ ଲାଠ୍ । ଅତ୍ୟାବଶ୍ୟକ ଦ୍ରବ୍ୟ ହିସାବରେ ପେଟ୍ରୋଲ ପମ୍ପ ଖୋଲା ରହିବ ବୋଲି ସେ କହିଛନ୍ତି । ସାଧାରଣତଃ ଯେଉଁଠି ପିକେଟିଂ ହୁଏ, ସୁରକ୍ଷା ଦୃଷ୍ଟିରୁ ସେଠାରେ ପେଟ୍ରୋଲ ପମ୍ପ ବନ୍ଦ କରାଯାଏ ବୋଲି ସେ ସୂଚନା ଦେଇଛନ୍ତି ।

ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାରେ ସରକାରୀ ଉଦାସୀନତାର ପ୍ରତିବାଦରେ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ 'ଓଡ଼ିଶା ବନ୍ଦ' ଡାକରା ଦିଆଯାଇଛି। ଏଥିରେ ବାମପନ୍ଥୀଙ୍କ ସମେତ ୮ଦଳ ସାମିଲ ହୋଇଛନ୍ତି। 'ସୌମ୍ୟାଶ୍ରୀଙ୍କ ଆତ୍ମାହୁତିକୁ ନେଇ ବିଭିନ୍ନ ମହଲ, ସୋସିଆଲ ମିଡିଆରେ କ୍ଷୋଭ ପ୍ରକାଶ ପାଉଥିବାରୁ ଓଡ଼ିଶା ବନ୍ଦକୁ ସ୍ବତଃପ୍ରବୃତ୍ତ ସମର୍ଥନ ମିଳିବା ଅନୁମାନ କରାଯାଉଛି।

ବିରୋଧୀ ଦଳଗୁଡ଼ିକ ଗୁରୁବାର ଯାନବାହନ ଚଳାଚଳ, ଦୋକାନବଜାର, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନକୁ ବନ୍ଦ ରଖିବା ପାଇଁ ନିବେଦନ କରିଛନ୍ତି। ତେବେ ବନ୍ଦ ପାଳନ ସମୟରେ କେତେକ ସ୍ଥାନରେ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇପାରେ। ଏହାକୁ ନେଇ ପୋଲିସ ସଜାଗ ହୋଇଉଠିଛି। ବିଶେଷକରି ଭୁବନେଶ୍ୱର, କଟକ ଟୁଇନ୍‌ ସିଟିରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତଦନୁଯାୟୀ ସମସ୍ତ ଆନ୍ଦୋଳନକାରୀଙ୍କ ଉପରେ ଏଆଇ କ୍ୟାମେରା ଓ ଡ୍ରୋନ୍‌ ନଜର ରଖିବ। ଆଇନ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ଚେତାବନୀ ଦେଇଛନ୍ତି। ଲୋକସେବା ଭବନ, ବିଧାନସଭା, ରାଜୀବ ଭବନ କଡ଼ା ସୁରକ୍ଷା ବଳୟରେ ରହିଥିବାବେଳେ ଛକ, ବଜାର, ସରକାରୀ କାର୍ଯ୍ୟାଳୟରେ ସଶସ୍ତ୍ର ପୋଲିସ ମୁତୟନ ରହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+