ରାଜ୍ୟରେ ସାମାନ୍ୟ କମିଛି ଦୈନିକ ସଂକ୍ରମଣ ,୨୪ ଘଣ୍ଟା ମଧ୍ୟରେ ୫୦୯ କରୋନା ପଜିଟିଭ ଚିହ୍ନଟ
ରାଜ୍ୟରେ ସାମାନ୍ୟ କମିଛି ଦୈନିକ ସଂକ୍ରମଣ ,୨୪ ଘଣ୍ଟା ମଧ୍ୟରେ ୫୦୯ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି ।ପ୍ରତ୍ୟକ ଦିନ ୫୦୦ ଟପିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୫୦୯ ଜଣେ କରୋନା ପଜିଟିଭ୍ ଟିହ୍ନଟ ହୋଇଥିବା ବେଳେ କେବଳ ଖୋର୍ଦ୍ଧାରୁ ୨୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ତେବେ ଗତ କାଲିଠୁ ଆଜି ସଂକ୍ରମଣଙ୍କ ସଂଖ୍ୟା କିଛି ମାତ୍ରାରେ ହ୍ରାସ ପାଇଛି ।ସ୍ଥାନୀୟ ସଂକ୍ରମଣରୁ ୨୧୦ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୯୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ତେବେ ଖାସ କଥା ଏହାଯେ ଏମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ୫୨ ଜଣ ପଜିଟିଭ୍ ଚିହ୍ନ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୦ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୨ ,ଯାଜପୁରରୁ ୧୦ ,ସୁନ୍ଦରଗଡ଼ରୁ ୪୯ ,କଳାହାଣ୍ଡି ୬ , ପୁରୀ ୧୪ ଜଣ,ଗଞ୍ଜାମରୁ ୩ ,କେନ୍ଦୁଝରରୁ ୩,ସୋନପୁରରୁ ୧ ,ବାଲେଶ୍ବରରୁ ୫ , ଭଦ୍ରକରୁ ୭, ବଲାଙ୍ଗୀରରୁ ୧ , ବୌଦ୍ଧରୁ ୨ , କଟକରୁ ୧୧୦ , ଗଜପତିରୁ ୪, ଜଗତସିଂହପୁରରୁ ୯ ,କନ୍ଧମାଳରୁ ୨,କେନ୍ଦ୍ରାପଡ଼ା ୬ ଜଣ, କୋରାପୁଟ ୧ , ମୟୂରଭଞ୍ଜରୁ ୮ , ନବରଙ୍ଗପୁରରୁ ୧ , ନୟାଗଡ଼ ୯ , ନୂଆପଡ଼ାରୁ ୪ , ସମ୍ବଲପୁରରୁ ୮ , ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।












Click it and Unblock the Notifications