ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
ଗୁଣ୍ଡିଚା ମନ୍ଦିରରେ ଆଜି ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଏଥିପାଇଁ ପ୍ରାୟ ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଗତରାତିରେ ରଥ ଉପରୁ ଗୋଟି ପହଣ୍ଡିରେ ଯାଇ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବିଜେ କରିଥିଲେ ଶ୍ରୀଜିଉ। ଆଜି ସକାଳୁ ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ମଧ୍ୟାହ୍ନ ଧୂପ ପରେ ଦ୍ୱିତୀୟ ଭୋଗମଣ୍ଡପ ସରିବା ପରେ ଶ୍ରୀଜିଉଙ୍କ ବନକ ଲାଗି ନୀତି ହେବ। ବନକ ଲାଗି ନୀତି ପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ପ୍ରସାଧନ ସାମଗ୍ରୀ ମାଧ୍ୟମରେ ଶ୍ରୀଜିଉଙ୍କ ଶ୍ରୀମୁଖ ସିଂହାର କରିବେ। ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ।
ଆସନ୍ତାକାଲି ହେରାପଞ୍ଚମୀ ଥିବାରୁ ଆଜିର ବନକ ଲାଗି ନିତ୍ୟାନ୍ତ ଜରୁରୀ। ଏଥିପାଇଁ କିଛି ଘଣ୍ଟା ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ।












Click it and Unblock the Notifications