ଶ୍ରୀମନ୍ଦିରରେ ଆଜି ମହାପ୍ରଭୁ କାଳୀୟଦଳନ ବେଶ
ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ଅବସରରେ ଆଜି ଭାଦ୍ରବ କୃଷ୍ଣ ଏକାଦଶୀରେ ଶ୍ରୀବିଗ୍ରହଙ୍କ କାଳୀୟଦଳନ ନୀତି ଓ ଧେନୁକାସୁର ବଧ ପ୍ରସ୍ତାବ ଅନୁଷ୍ଠିତ ହେବ । କାଳୀୟଦଳନ ବେଶରେ ମହାପ୍ରଭୁ ଉଭା ହେବେ। ସାତ ଫଣା ଥାଇ କାଳୀୟନାଗ ଉପରେ ଶ୍ରୀଜଗନ୍ନାଥ ନୃତ୍ୟ କରୁଥିବା ଭଙ୍ଗିରେ ଦର୍ଶନ ଦେବେ ।

କାଳୀୟ ନାଗ ଠାକୁରଙ୍କ ଶ୍ରୀଅଙ୍ଗକୁ ଆବୃତ କରିଥିବ। କାଳିନ୍ଦୀ ହ୍ରଦର ଭୟାବହ କାଳୀୟ ସର୍ପକୁ ଶ୍ରୀକୃଷ୍ଣ ଦଳି ଦମନ କରିଥିଲେ । ଏହି ଆଖ୍ୟାୟିକା ସ୍ମୃତିରେ ବଡ଼ଦେଉଳରେ ମହାପ୍ରଭୁଙ୍କ କାଳୀୟଦଳନ ବେଶ ଅନୁଷ୍ଠିତ ହୋଇଥାଏ। ଏହି ଅବସରରେ ଧେନୁକାସୁର ବଧ ପ୍ରସ୍ତାବ ଆଗତ ହେବ।












Click it and Unblock the Notifications