ଆଜି ହେବ ସ୍ପଷ୍ଟ କିଏ ହେବ ମୁଖ୍ୟମନ୍ତ୍ରୀ , ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆରମ୍ଭ ହେଲା ବିଧାୟକ ଦଳ ବୈଠକ

ଆଉ ମାତ୍ର କିଛି ସମୟର ଅପେକ୍ଷା । କିଏ ହେବ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ଆରମ୍ଭ ହେଲା ବିଜେପି ବିଧାୟକ ଦଳ ବୈଠକ । ବିଜେପି ବିଧାୟକ ବାଛିବେ ମୁଖ୍ୟମନ୍ତ୍ରୀ ଚେହେରା । ଆସନ୍ତାକାଲି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାକୁ ଯାଉଛନ୍ତି । ଆଉ ଏହା ପୂର୍ବରୁ ଆଜି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ବାଛିବେ ବିଜେପି ବିଧାୟକ ।

bjp

ଏଥିପାଇଁ ରାଜ୍ୟ ବିଜେପି ଅଫିସରେ ଗହଳି ଲାଗିଛି । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଓ ଭୁପେନ୍ଦ୍ର ଯାଦବଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ପାର୍ଟି ଅଫିସରେ ପହଞ୍ଚିଛନ୍ତି । ତେବେ କିଏ ମୁଖ୍ୟମନ୍ତ୍ରୀ ହେଉଛନ୍ତି ତାହା ଦେଖିବାକୁ ବାକି ରହିଛି ।

ମିଳିଥିବା ସୂଚନା ମୁତାବକ, ବୈଠକରେ ସର୍ବସମ୍ମତିକ୍ରମେ ଯେଉଁ ନେତାଙ୍କ ଉପରେ ମୋହର ବାଜିବ ତାଙ୍କ ନାମକୁ ସଂସଦୀୟ ବୋର୍ଡକୁ ସୁପାରିଶ କରାଯିବ । ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବାର ସମ୍ଭାବନା ରହିଛି । ଏହାପରେ ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ଜଣାଇବ ବିଜେପି । ରାଜ୍ୟପାଳଙ୍କ ନିମନ୍ତ୍ରଣ କ୍ରମେ ବୁଧବାର ଜନତା ମଇଦାନରେ ବିଜେପିର ପ୍ରଥମ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+