Get Updates
Get notified of breaking news, exclusive insights, and must-see stories!

ଆଜି ଧରାପୃଷ୍ଠରୁ ମେଲାଣି ନେବେ ଜଗତଜନନୀ ମାଆ ଦୁର୍ଗା

ଆଜି ଧରାପୃଷ୍ଠରୁ ମେଲାଣି ନେବେ ଜଗତଜନନୀ ମାଆ ଦୁର୍ଗା

Visarjan 2022:ଆଜି ଧରାପୃଷ୍ଠରୁ ମେଲାଣି ନେବେ ଜଗତଜନନୀ ମାଆ ଦୁର୍ଗା । ଭସାଣି ଉତ୍ସବ ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କଟକ-ଭୁବନେଶ୍ୱରରେ ମାଆଙ୍କ ବିସର୍ଜନା ପାଇଁ ନଦୀ ପଠାରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି । କରୋନା କଡକାଣା ପରେ ଦୀର୍ଘ ଦୁଇ ବର୍ଷ ପରେ ଏଥର ବେଶ୍ ଜାକଜକମରେ ଭସାଣ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି ।

ODISHA. Visarjan 2022
ଭୁବନେଶ୍ୱରରେ ଭସାଣି ପାଇଁ ୧୭ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ୩ଟି ଭସାଣି କମିଟି ପାଇଁ ସ୍ୱତନ୍ତ୍ର ରୁଟ୍ ଲାଇନ୍ ବ୍ୟବସ୍ଥା କରାଯାଇଛି । ଟ୍ରାଫିକ ସମସ୍ୟା ନଉପୁଜିବା ପାଇଁ ପୋଲିସ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଭସାଣି ଦାୟିତ୍ୱରେ ରହିବେ ୩ ଜଣ ଅତିରିକ୍ତ ଡିସିପି । ୬୫ ଡେସିବେଲରୁ ଅଧିକ ଉଚ୍ଚ ସ୍ୱରରେ ଡିଜେ ବାଜିବ ନାହିଁ ବୋଲି ନିର୍ଦ୍ଦେଶ ଜାରି କରିଛି କମିଶନରେଟ ପୋଲିସ ।

ସେହିପରି କଟକରେ ଭସାଣ ପାଇଁ ନଦୀ ପଠାରେ ୩ଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି । ଭିଡ ନିୟନ୍ତ୍ରଣ କରିବା ପାଇଁ ଓ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ସହରରେ ୫୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛନ୍ତି । ସେହିପରି ସହରର ବିଭିନ୍ନ ସ୍ଥାନରେ ୩୦୦ଟି ସିସିଟିଭି କ୍ୟାମେରା ଲାଗିଛି । କଟକର ଦେବୀ ଗଡ଼ାରେ ୧୭୨ଟି ମେଢ ବିସର୍ଜନ କରାଯିବା ନେଇ ସୂଚନା ରହିଛି ।

ତେବେ ଗତକାଲି ବେଶ୍ ଧୂମଧାମରେ ପାଳିତ ହୋଇଥିଲା ରାବଣପୋଡ଼ି ଉତ୍ସବ । ଚଳିତ ବର୍ଷ ଭୁବନେଶ୍ୱରରେ ୪ଟି ସ୍ଥାନରେ ରାବଣପୋଡ଼ି ପାଇଁ ଅନୁମତି ମିଳିଥିଲା । ରାଜଧାନୀର ବରମୁଣ୍ତା, ଝାରପଡ଼ା, କୋରଡକଣ୍ଟା ଓ ପାହାଳର ପୂଜା ମଣ୍ତପରେ ଆକର୍ଷଣୀୟ ରଙ୍ଗୀନ ଆତସବାଜୀ ସହ ଶେଷ ହୋଇଥିଲା ରାବଣପୋଡ଼ି । ଏହି ଉତ୍ସବ ଦେଖିବା ପାଇଁ ସମସ୍ତ ସ୍ଥାନରେ ପ୍ରବଳ ଭିଡ଼ ଦେଖିବା ପାଇଁ ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+