ଆଜି ହେଉଛି ଉତ୍କଳ ଦିବସ: ଜାଣନ୍ତୁ କଣ ରହିଛି ଆଜିର କାର୍ଯ୍ୟକ୍ରମ
ଭୁବନେଶ୍ବର: ଆଜି ହେଉଛି ପବିତ୍ର ଉତ୍କଳ ଦିବସ। ଏହି ଅବସରରେ ଆଜି ଭାରତରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଟୁଇଟ କରି ସମସ୍ତ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଆଜି ସମଗ୍ର ରାଜ୍ୟରେ ସରକାରୀ ଏବଂ ଘରୋଇ ଅନୁଷ୍ଠାନ ଦ୍ଵାରା ଉତ୍କଳ ଦିବସ ପାଳନ କରାଯାଉଛି।

ରାଜ୍ୟସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ:
ଆଜି ରାଜଧାନୀ ଭୁବନେଶ୍ବରରେ ରାଜ୍ୟ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପାଳନ ହେଉଛି ଓଡିଶା ଦିବସ। ଆଜି ସନ୍ଧ୍ୟାରେ ଭୁବନେଶ୍ବର ୟୁନିଟ ତିନି ସ୍ଥିତ ପ୍ରଦର୍ଶନୀ ପଡିଆରେ ଏକ ସାଧାରଣ ସଭା ଏବଂ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଓଡିଶା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ, ଓଡିଆ ଭାଷା, ସାହିତ୍ଯ ଏବଂ ସଂସ୍କୃତି ମନ୍ତ୍ରୀଙ୍କ ସମେତ ବହୁ ବିଧାୟକ ଯୋଗ ଦେବେ। ଆଜି ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ମଧ୍ୟ ସରକାରୀ ଭାବେ ଓଡିଶା ଦିବସ ପାଳନ କରାଯାଉଛି। ଏଥିପାଇଁ ବିଭିନ୍ନ ବରପୁତ୍ର ମାନଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି। ସେହିପରି ସକାଳୁ ଆଜି ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ସଦର ମହକୁମାରେ ଆୟୋଜିତ ହୋଇଛି ପ୍ରଭାତ ଫେରି।
ସୁନ୍ଦର ଆଲୋକରେ ସଜ୍ଜିତ ହୋଇଛି ସରକାରୀ କୋଠା:
ଉତ୍କଳ ଦିବସ ଅବସରରେ ରାଜଧାନୀ ଭୁବନେଶ୍ବର ଏବଂ ସମସ୍ତ ଜିଲ୍ଲାରେ ସଦର ମହକୁମାରେ ଥିବା ସରକାରୀ କାର୍ଯ୍ୟଳୟ ଗୁଡିକୁ ରଙ୍ଗିନ ଆଲୋକରେ ସଜ୍ଜିତ କରାଯାଇଛି।

ଭୁବନେଶ୍ବରରେ କମିସନରେଟ ପୋଲିସ କୋଠା, ଆରବିଆଇ, ବିଧାନସଭା, ଲୋକସେବା ଭବନ, ଜୟଦେବ ଭବନ ଇତ୍ୟାଦି କୋଠାଗୁଡିକୁ ସୁନ୍ଦର ଆଲୋକମାଳାର ସଜ୍ଜିତ କରାଯାଇଛି। ସେହିପରି ଜିଲ୍ଲାଗୁଡିକରେ ଜିଲ୍ଲାପାଳଙ୍କ କର୍ଜୟାଳୟ ସମେତ ଅନ୍ଯାନ୍ଯ ସରକାରୀ କୋଠା ଗୁଡିକୁ ସଜା ଯାଇଛି ସୁନ୍ଦର ଆଲୋକରେ।
ଦେଶରେ ଭାଷା ଭିତ୍ତିରେ ପ୍ରଥମ ସ୍ଵତନ୍ତ୍ର ରାଜ୍ୟ ଓଡିଶା
୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ସ୍ଵତନ୍ତ୍ର ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଅପ୍ରେଲ ମାସ ୧ ତାରିଖ ଦିନ ଉତ୍କଳ ଦିବସ (ଓଡ଼ିଶା ଦିବସ) ପାଳନ କରାଯାଇଥାଏ । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ୧୫୬୮ରେ ଶେଷ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ ବ୍ରିଟିଶ ଶାସନରୁ ଅଲଗା ହୋଇ ଏକ "ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ" ଗଠନ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା । ପ୍ରଥମେ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଓଡ଼ିଶା ଗଠନ କରାଯାଇଥିଲା ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications