ଆଜି ଶ୍ରାବଣ ମାସ ତୃତୀୟ ସୋମବାର: ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବ ପୀଠ

ଆଜି ଶ୍ରାବଣ ମାସ ତୃତୀୟ ସୋମବାର । ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବ ପୀଠ । ଦେବଦେବ ମହାଦେବଙ୍କୁ ଜଳଲାଗି କରୁଛନ୍ତି କାଉଡ଼ଆ ଭକ୍ତ । ଓମ୍‌ ନମଃ ଶିବାୟ ଧ୍ୱନିରେ କମ୍ପୁଛି ଶିବ ମନ୍ଦିର । ଦୂର ଦୂରାନ୍ତରୁ ନଦୀରୁ ଜଳ ଆଣି ଚାଲିଚାଲି ଆସି ମହାଦେବଙ୍କୁ ଅଭିଷେକ କରୁଛନ୍ତି ।

ପ୍ରଥମ ସୋମବାର ଭଳି ଆଜି ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଶୈବ ପୀଠଗୁଡିକରେ କାଉଡିଆ ଏବଂ ଭକ୍ତଙ୍କ ବେଶ ଗହଳି ଜମିଛି । ବିଶେଷକରି ସୋନପୁର ସହରର ସଂଗମ ସ୍ଥଳରେ ଥିବା ରାମେଶ୍ଵର ଏବଂ ମହାନଦୀ କୂଳରେ ଥିବା ଗୋଧନେଶ୍ଵର ମନ୍ଦିରରେ କାଉଡିଆମାନେ ଜଳଲାଗି ପାଇଁ ପହଞ୍ଚିଛନ୍ତି ।

oday is the third Monday of the month of Shravan

ପବିତ୍ର ଶ୍ରାବଣ ମାସରେ ଭୋଲେ ବାବାଙ୍କ ପାଖରେ ଜଳଲାଗି କଲେ କୋଟି ପୁଣ୍ୟ ମିଳୁଥିବାର ବିଶ୍ଵାସ ରହିଥିବାରୁ କାଉଡିଆମାନେ ଦୂର ଦୁରାନ୍ତରରି ଧାଇଁ ଆସିଛନ୍ତି । ମହାନଦୀରୁ ପବିତ୍ର ଜଳନେଇ ଭୋଲେବାବାଙ୍କ ପାଖରେ ଜଳଲାଗି କରିଛନ୍ତି ଶ୍ରଦ୍ଧାଳୁ । ବୋଲବମ୍ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+