ଆଜି ବିଧାନସଭା ମୌସୁମୀ ଅଧିବେଶନର ଷଷ୍ଠ ଦିନ; ଆଜି ମଧ୍ୟ ସରଗରମ ରହିପାରେ ଗୃହ

ଆଜି ବିଧାନସଭା ମୌସୁମୀ ଅଧିବେଶନର ଷଷ୍ଠ ଦିନ। ଆଜି ମଧ୍ୟ ଗୃହ ସରଗରମ ରହିପାରେ। ଆଜି ନାରୀ ସୁରକ୍ଷା ନେଇ ବିରୋଧୀ, ସରକାରୀ ଦଳକୁ ଘେରି ପାରନ୍ତି ।

ହୋହଲ୍ଲା, ହଟ୍ଟଗୋଳ, ନାରାବାଜି, ପ୍ଲାକାର୍ଡ ପ୍ରଦର୍ଶନ । ଯାହାକୁ ନେଇ ମୌସୁମୀ ଅଧିବେଶନର ପଞ୍ଚମ ଦିନରେ ମଧ୍ୟ ସ୍ବାଭାବିକ ହୋଇପାରିନି ଗୃହ । ବିରୋଧୀ ବିଜେଡିର ହୋ ହଲ୍ଲା ଓ ହଟ୍ଟଗୋଳ ପାଇଁ ବାରମ୍ବାର ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି । ଧୋଇଯାଇଛି ପ୍ରଶ୍ନକାଳ, ଶୂନ୍ୟକାଳ ।

ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ପ୍ରସଙ୍ଗରେ ଆଲୋଚନା ନହେବାରୁ ସକାଳ ଭଳି ଅପରାହ୍ନରେ ମଧ୍ୟ ହୋହଲ୍ଲା କରି କକ୍ଷତ୍ୟାଗ କରିଛନ୍ତି ବିଜେଡି ସଦସ୍ୟ । ଗାନ୍ଧୀମୂର୍ତ୍ତି ତଳେ ବସି ପ୍ରତିବାଦ କରିଛନ୍ତି ଦଳର ବିଧାୟକ । ଅନ୍ୟପଟେ ବିଜେପି-ବିଜେଡିକୁ ଭାଇ-ଭାଇ କହି କଟାକ୍ଷ କରିଛି କଂଗ୍ରେସ । ଯାହାର ଜବାବ ରଖିଛି ଶାସକ ବିଜେପି ।

sixth day of the assembly monsoon session

ଗୃହର ଅଚଳାବସ୍ଥା ଦୂର କରିବାକୁ ଚଳିତ ଅଧିବେଶନରେ ପ୍ରଥମଥର ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ସେପେଟେ ପୁଣିଥରେ ଅନାସ୍ଥାରେ ଅଡି ବସିଛି କଂଗ୍ରେସ । ଯାହାକୁ ଅଗ୍ରାହ୍ୟ କରିଛନ୍ତି ବାଚସ୍ପତି । କହିଛନ୍ତି, ଗୋଟିଏ ଅଧିବେଶନରେ ସମାନ ପ୍ରସଙ୍ଗରେ ୨ ଥର ଆସିପାରିବନି ଅନାସ୍ଥା । ୫ ଦିନରେ ମାତ୍ର ୫ ଘଣ୍ଟାରୁ ଅଧିକ ଚାଲିଛି ଗୃହ । ଦୈନିକ ଅଧିବେଶନ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି, କିନ୍ତୁ ଶାସକ-ବିରୋଧୀଙ୍କ କାଦୁଅଫିଙ୍ଗା ରାଜନୀତି ଭିତରେ ଗୃହର ଅଚଳାବସ୍ଥା ପାଇଁ ଦାୟୀ କିଏ?

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+