ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର: ଜଳ ଲାଗି କଲେ ହଜାର ହଜାର କାଉଡିଆ ଶ୍ରଦ୍ଧାଳୁ

ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ଧବଳେଶ୍ଵରଙ୍କ ପାଖରେ ଜଳ ଲାଗି କଲେ ହଜାର ହଜାର କାଉଡିଆ ଶ୍ରଦ୍ଧାଳୁ। ରାତି ଗୋଟାଏରେ ପହଡ଼ ଖୋଲା ଯାଇ ବାବା ଧବଳେଶ୍ବରଙ୍କ ନିକଟରେ ସମସ୍ତ ନୀତିକାନ୍ତି କରାଯାଇଥିଲା ।

ଶ୍ରାବଣ ମାସର ଦ୍ୱିତୀୟ ସୋମବାର ପାଇଁ ଚଳଚଞ୍ଚଳ ହୋଇଛି ଉତ୍ତର ଓଡିଶାର ପ୍ରସିଦ୍ଧ ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ପୀଠ । ଜଳଭିଷେକ ନିମନ୍ତେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଭକ୍ତ ମାନଙ୍କର ଭିଡ଼ ଦେଖିବାକୁ ମିଳିଛି । ପାଞ୍ଚୋଟି ଶୈବପୀଠରେ ଯେତିକି ପୂଣ୍ୟ ମିଳିଥାଏ ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ପୀଠରେ ସେତିକି ପୁଣ୍ୟ ମିଳିଥାଏ । ଭକ୍ତ ମାନେ ନଦୀରୁ ପାଣି ଉତ୍ତୋଳନ କରି ବାବାଙ୍କୁ ଜଳଭିଷେକ କରିବା ସହ ସ୍ପର୍ଶ କରି ଆର୍ଶିବାଦ ଲାଭ କରୁଛନ୍ତି ।

ବ୍ରହ୍ମ ମୂହର୍ତ୍ତରେ ପୂଜାର୍ଚ୍ଚନା ପରେ ବାବାଙ୍କ ନିକଟରେ କାଉଡ଼ିଆମାନେ ନିଜ ନିଜ ମାନସିକ ଜଳ ଲାଗି କରିଥିଲେ । ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ପୋଲିସ ପ୍ରଶାସନ ପକ୍ଷରୁ ସାଢେ ୪ ପ୍ଲାଟୁନ ଫୋର୍ସ, ଜଣେ ASP, ୩ ଜଣ DSP ସମେତ ୨୦ ଜଣ ଅଫିସର ମୁତୟନ ହୋଇଛନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ମନ୍ଦିରରେ ବ୍ୟାରିକେଡ ଲଗାଯାଇଛି ।

Today is the second Monday of the month of Shrava

ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କୁ ଜଳ ଲାଗି ଗଲେ ମାନସିକ ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ମାସକ ପୂର୍ବରୁ ଜଳ ଲାଗି କରିବାକୁ ଯାଉଥିବା କାଉଡ଼ିଆ ରୀତି ନୀତି ପାଳନ କରିଥାଆନ୍ତି । ଶ୍ରାବଣ ମାସ ସାରା ପ୍ରତିଟି ସୋମବାର ବିଭିନ୍ନ ନଦୀରୁ ଜଳ ସଂଗ୍ରହ କରି ଖାଲିପାଦରେ ବାହୁଙ୍ଗା ବୋହି ପାଦରେ ଚାଲି ଚାଲି ନିଷ୍ଠାର ସହ ଶୈବପୀଠକୁ ଆଣି ଭୋଳାବାବାଙ୍କୁ ଜଳ ଲାଗି କରିଥାଆନ୍ତି ।

ତେବେ ଏନେଇ ବିଭିନ୍ନ ନଦୀ ଘାଟ ଓ ତୀର୍ଥସ୍ଥଳୀ ଗୁଡ଼ିକରେ କଡ଼ା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ଶୈବପୀଠ ଗୁଡିକରେ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କଟକର ବାବା ଧବଳେଶ୍ୱର, ବାଲେଶ୍ୱର ନୀଳଗିରି ପଞ୍ଚଲିଙ୍ଗେଶ୍ୱର, ଲିଙ୍ଗରାଜ, କପିଳାସ, ଆରଡି ଆଦି ଶିବ ମନ୍ଦିର କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+