ଆଜି ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନ, ଏହି ପ୍ରସଙ୍ଗରେ ଗୃହ ରହିବ ସରଗରମ
ଭୁବନେଶ୍ୱର : ବୁଧବାର ହେଉଛି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ। ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଦଳ ପୁରା ପ୍ରସ୍ତୁତ ହୋଇଛି । ଦ୍ବିତୀୟ ଦିନରେ ବି ଗୃହ ବେଶ୍ ସରଗରମ ରହିପାରେ। କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଶକ୍ତି, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ,
ବୟନ ଶିଳ୍ପ, MSME, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନ କାଳ ରହିଛି। ଶୂନ୍ୟକାଳରେ ଆଇନ ଶୃଙ୍ଖଳା, ଆମ୍ବ ଟାକୁଆ ଯାଉ ମୃତ୍ୟୁ, ରେଲୱେ ୱାଲଟିଅର ଡିଭିଜନ ଉଠିଯିବା ପ୍ରସଙ୍ଗ ବିରୋଧୀ ଉଠାଇ ପାରନ୍ତି। ସରକାରୀ ଦଳ ନିଜ ସଫଳତାକୁ ମଧ୍ୟ ଉଠାଇପାରେ । ମଙ୍ଗଳବାର ସମ୍ବିଧାନ ଏବଂ ଅମ୍ବାଟାକୁଆ ଯାଉ ଖାଇ ମୃତ୍ୟୁ ଘଟଣା ଗୃହ ଅଚଳ ହୋଇଥିଲା ।

ଆଜି ସ୍ବାଭାବିକ ହେବ ନା ଗତକାଲି ଭଳି ହଂଗାମାରେ ଶେଷ ହେବ, ତାରି ଉପରେ ନଜର। ପ୍ରଥମ ଦିନରେ କନ୍ଧମାଳ ଆମ୍ବଟାକୁଆ ମୃତ୍ୟୁ ପ୍ରସଙ୍ଗରେ ବିଧାନସଭାରେ ହଙ୍ଗାମା କରିଥିଲେ କଂଗ୍ରେସ ବିଧାୟକ। ଘଟଣାରେ ବିଚାର ବିଭାଗୟୀ ତଦନ୍ତ ଦାବି କରିଛନ୍ତି। ଏହାସହ ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି କରିଥିଲେ କଂଗ୍ରେସ ସଦସ୍ୟ ।












Click it and Unblock the Notifications