ଆଜି ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନର ନବମ ଦିନ: ସରଗରମ ରହିପାରେ ବିଧାନସଭା
ଆଜି ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନର ନବମ ଦିନ । ଆଜି ବି ସରଗରମ ରହିପାରେ ବିଧାନସଭା। ଗୃହରେ ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚୀତ ଜନଜାତି ଭଳି ବିଭାଗର ପ୍ରଶ୍ନକାଳ ରହିଛି ।
ଆଜି ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନର ନବମ ଦିନ । ଆଜି ବି ସରଗରମ ରହିପାରେ ବିଧାନସଭା। ଗୃହରେ ବିଦ୍ୟାଳୟ, ଗଣଶିକ୍ଷା, ଉଚ୍ଚଶିକ୍ଷା , ଶିଳ୍ପ, ଅନୁସୂଚିତ ଜନଜାତି ଭଳି ବିଭାଗର ପ୍ରଶ୍ନକାଳ ରହିଛି। ଶୂନ୍ୟକାଳରେ ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗକୁ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ଉଠାଇବେ । ତେବେ ଅପରାହ୍ନରେ ଶିଳ୍ପ, ଏମଏସେମି ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ରହିଛି। ଏହାସହ ବିରୋଧୀ ମୁଲତବୀ ପ୍ରସ୍ତାବ ଆଣିବେ।

ଚଳିତ ବର୍ଷ ଜୁଲାଇ ସୁଦ୍ଧା ରାଜ୍ୟ ସରକାର ୧୬,୬୮୩.୩୪ କୋଟି ଟଙ୍କାର ଖଣି ରାଜସ୍ବ ସଂଗ୍ରହ କରିଛନ୍ତି ବୋଲି ବିଧାନସଭାରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ସୂଚନା ଦେଇଛନ୍ତି। ସେ ଜଣାଇଛନ୍ତି ଯେ ୨୦୨୪-୨୫ ଆର୍ଥିକ ବର୍ଷ ସାରାରେ କେତେ ଟଙ୍କାର ଖଣି ରାଜସ୍ବ ମିଳିବ ତାହା ଆକଳନ କରାଯାଇନାହିଁ। ୨୦୨୩-୨୪ରେ ୪୬,୩୯୬.୫୦ କୋଟି ଟଙ୍କାର ଖଣି ରାଜସ୍ବ ସଂଗ୍ରହ ହୋଇଛି। ଆର୍ଥିକ ବର୍ଷ ଭିତ୍ତିକ ସୂଚନା ଦେଇ ସେ କହିଛନ୍ତି ଯେ ୨୦୧୯-୨୦ରେ ୧୧,୦୩୯.୫୯ କୋଟି ଟଙ୍କା, ୨୦୨୦-୨୧ରେ ୧୩,୯୧୮.୨୦ କୋଟି ଟଙ୍କା, ୨୦୨୧-୨୨ରେ ୪୯,୮୫୯.୧୨ କୋଟି ଟଙ୍କା ଓ ୨୦୨୨-୨୩ରେ ୩୮,୦୭୫.୦୪ କୋଟି ଟଙ୍କାର ଖଣି ରାଜସ୍ବ ସଂଗ୍ରହ ହୋଇଛି।
ଖଣି ଜରିମାନା ଆଦାୟ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ୨୩ ଖଣି ପଟ୍ଟାଦାର ଜରିମାନା ହୋଇଥିବା ଅର୍ଥକୁ ସମ୍ପୂର୍ଣ୍ଣ ଭରଣା କରିନାହାନ୍ତି। ତାଙ୍କ ବିରୋଧରେ ସାର୍ଟିଫିକେଟ୍ କେସ୍ ରୁଜୁ କରାଯାଇଛି ଓ ସେଗୁଡ଼ିକ ବିଚାରଧୀନ ରହିଛି। ମନ୍ତ୍ରୀ ଜଣାଇଛନ୍ତି ଯେ ୧୪୪ଟି କମ୍ପାନିକୁ ପରିବେଶ ସୁରକ୍ଷା ନିୟମ ଓ ଜଙ୍ଗଲ ସଂରକ୍ଷଣ ନିୟମ ଅଧୀନରେ ୧୮,୧୬୯ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ କୁହାଯାଇଥିଲା। ପରିବେଶ ମଞ୍ଜୁରି ଓ ଜଙ୍ଗଲ ମଞ୍ଜୁରି ଅଧୀନରେ ସୁଧ ସମେତ ୧୬,୧୦୩ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଛି। ସେହିପରି, ଖଣି ଯୋଜନା ଓ ପରିଚାଳନା ପାଇଁ ଅନୁମତି ଅଧୀନରେ ୧୮୯୦ କୋଟି ଟଙ୍କାର କ୍ଷତିପୂରଣ ଦାବି କରାଯାଇଥିଲା ବୋଲି ମନ୍ତ୍ରୀ କହିଛନ୍ତି।












Click it and Unblock the Notifications