ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ଗ୍ରହଣ ପରେ ଦାନ କରନ୍ତୁ ଏହି ଜିନିଷ
ଆଜି ଲାଗୁଛି ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ । ଜ୍ୟୋତିଷ ଶାସ୍ତ୍ର ଏବଂ ଧାର୍ମିକ ବିଶ୍ୱାସ ଦୃଷ୍ଟିରୁ ବିଶେଷ ମହତ୍ତ୍ୱ ବହନ କରେ ଚନ୍ଦ୍ର ଗ୍ରହଣ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ଏହା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ । ଯାହାକୁ ବ୍ଲଡ୍ ମୁନ୍ ନାମରେ ଜଣାଯିବ । ଏଥିସହିତ ଆଜି ଚନ୍ଦ୍ରଗ୍ରହଣ ଲାଗିବ ସହ ପିତୃପକ୍ଷ ମଧ୍ୟ ଆରମ୍ଭ ହେଉଛି । ଗ୍ରହଣ ଆଜି ରାତି ୯ଟା ୫୭ରୁ ଆରମ୍ଭ ହୋଇ ୧ ଟା୨୬ ପର୍ଯ୍ୟନ୍ତ ରହିବ । ଭାରତୀୟ ପରମ୍ପରା ଅନୁଯାୟୀ, ଗ୍ରହଣ ପରେ କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବା ଶୁଭ ବୋଲି ବିବେଚନା କରାଯାଏ ।

ଏହି କାର୍ଯ୍ୟଗୁଡ଼ିକ ମଧ୍ୟରୁ ଦାନ କରିବା ଅନ୍ୟତମ । ଯାହା ଅତ୍ୟନ୍ତ ପୁଣ୍ୟଦାୟକ ବୋଲି ବିଶ୍ୱାସ କରାଯାଏ । ମାନ୍ୟତା ରହିଛି ଯେ ଗ୍ରହଣ ପରେ ଦାନ କରିବା ଦ୍ୱାରା ନକାରାତ୍ମକ ପ୍ରଭାବ କମିଯାଏ ଏବଂ ଶୁଭ ଫଳ ପ୍ରାପ୍ତ ହୁଏ । ଧାର୍ମୀକ ମାନ୍ୟତା ଅନୁସାରେ ଚନ୍ଦ୍ର ଗ୍ରହଣ ପରେ ଧଳା ବସ୍ତୁର ଦାନ କରିବା ଦ୍ବାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।












Click it and Unblock the Notifications