ଆଜି ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଶେଷ ଦିନ
Dhanu Yatra 2025: ଆଜି ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଶେଷ ଦିନ । କଂସ ବଦ୍ଧ ସହ ପଡିବ ଯବନିକା, ଗତ ୧୦ ଦିନ ଧରି ବରଗଡ଼ ମଥୁରାନଗରୀରେ ଚାଲିଥିଲା ପ୍ରବଳପ୍ରତାପୀ କଂସଙ୍କ ରାଜୁତି। ଧନୁଯାତ୍ରାର ଦଶମ ଦିନରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଥିଲେ । ସ୍ଥାୟୀ ରଙ୍ଗମହଲ ତିଆରି କରବା ପାଇଁ ୧୨ କୋଟି ୮୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଧନୁଯାତ୍ରାର ୧୭୦ ଜଣ କଳାକାର ଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରାଯାଇଥିଲା ।

ସେହିପରି ଜିରା ନଦୀ ରେ ଆନିକଟ ପାଇଁ ୮୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । କେନାଲର ସୋନ୍ଦର୍ଯ୍ୟ କରଣ ପାଇଁ ୩୦ କୋଟି ଟଙ୍କା । ସେହିପରି ବରଗଡ଼ ଧନୁଯାତ୍ରା ଅନୁଦାନ କୋଟିଏକୁ ବୃଦ୍ଧି କରାଯାଇଛି । ଏନେଇ ବରଗଡ଼ ଧନୁଯାତ୍ରାରେ ସାମିଲ୍ ହୋଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଅନୁଦାନ ରାଶି ୧୦ ଲକ୍ଷରୁ ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ୧୭୦ ଦଣ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ଦିଆଯିବ । ଭବ୍ୟ, ଦିବ୍ୟ, ବିଶ୍ୱସ୍ତରୀୟ ରଙ୍ଗମଞ୍ଚରେ ଉପସ୍ଥିତ ଥିବାରୁ ଧନ୍ୟ ମନେ କରୁଛି । ବରଗଡ଼ ଧନୁଯାତ୍ରା ସମଗ୍ର ଓଡ଼ିଶାର ସ୍ୱାଭିମାନ, ନିଆରା ପରିଚୟ ।












Click it and Unblock the Notifications