ରାଷ୍ଟ୍ରପତିଙ୍କ ୩ ଦିନିଆ ଓଡ଼ିଶା ଗସ୍ତର ଆଜି ଅନ୍ତିମ ଦିନ: ଆଜି ବ୍ରହ୍ମକୁମାରୀ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ
ସମ୍ବଲପୁର: ରାଷ୍ଟ୍ରପତିଙ୍କ ୩ ଦିନିଆ ଓଡ଼ିଶା ଗସ୍ତର ଆଜି ଅନ୍ତିମ ଦିନ । ବ୍ରହ୍ମାକୁମାରୀଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ନୂଆ ଶିକ୍ଷା, ନୂଆ ଅଭିଯାନର ଶୁଭାରମ୍ଭ କର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ମହାମହିମ । ଏହାପରେ ଝାରସୁଗୁଡ଼ା ବମାନ ବନ୍ଦର ଅଭିମୁଖେ ବାହାରିବେ ମହାମିହିମ । ସେଠାରୁ ବେଙ୍ଗାଲୁରୁ ଅଭିମୁଖେ ଯିବେ ରାଷ୍ଟ୍ରପତି ।

ଗତକାଲି ମାଆ ସମଲେଶ୍ୱରୀଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି, ତାଙ୍କ ସହ ରାଜ୍ୟପାଳ ରଘୁବର ଦାସ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ମହାମହିମଙ୍କ ଗସ୍ତକୁ ନେଇ ସମଲେଶ୍ୱରୀରେ ସାଧାରଣ ଦର୍ଶନ ବନ୍ଦ ରହିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଏହାପରେ ରାଷ୍ଟ୍ରପତି ସମ୍ବଲପୁର ଏମସିଏଲ ଗେଷ୍ଟ ହାଉସରେ ରାତ୍ରିଯାପନ କରିଥିଲେ ।
ଆଜି ବ୍ରହ୍ମକୁମାରୀ ପକ୍ଷରୁ ଆୟୋଜିତ ହେଉଛି ନୂଆ ଭାରକ ପାଇଁ ନୂଆ ରାଷ୍ଟ୍ରୀୟ ଅଭିଯାନ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଏହା ପରେ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ।
ସୂଚନାଥାଉ ଯେ, ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ସମ୍ବଲପୁର ଜିଲ୍ଲା ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ) ର ୧୫ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇଥିଲେ । ଏହି ଅବସରରେ ସମ୍ମାନସୂଚକ ଉପାଧି, ସ୍ୱର୍ଣ୍ଣ ପଦକ ଏବଂ ପିଏଚଡି ଉପାଧି ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ମାନ୍ୟବର ରାଷ୍ଟ୍ରପତି, ଓଡ଼ିଶାର ରାଜ୍ୟପାଳ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ଏହି ତିନି ବ୍ୟକ୍ତିବିଶେଷ ବିଶ୍ୱବିଦ୍ୟାଳୟ ପରିସରରେ ସ୍ୱାଧୀନତା ସଂଗ୍ରାମୀ, ବିପ୍ଳବୀ ବୀର ସୁରେନ୍ଦ୍ର ସାଏ ଓ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ସେହିପରି ଛାତ୍ରଛାତ୍ରୀ ଉଦ୍ଦେଶ୍ୟରେ ରାଷ୍ଟ୍ରପତି କହିଥିଲେ ମାନ୍ୟବର ରାଷ୍ଟ୍ରପତି କହିଛନ୍ତି ଯେ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରି ରାସ୍ତାଘାଟ, କୋଠାବାଡି ଓ ବନ୍ଧବାଡି ସହିତ କଳକାରଖାନାର ଆଦିନିର୍ମାଣର ଦାୟିତ୍ୱ ଛାତ୍ରଛାତ୍ରୀଙ୍କ ଉପରେ ନ୍ୟସ୍ତ । ଉଭୟ ସଫ୍ଟଓଓ୍ୱାର ଓ ହାର୍ଡଓୟାରର ବିକାଶ କରିବା ଦାୟିତ୍ୱ ଛାତ୍ରଛାତ୍ରୀ ମାନଙ୍କର ।












Click it and Unblock the Notifications