ରାଷ୍ଟ୍ରପତିଙ୍କର ତିନି ଦିନିଆ ଓଡ଼ିଶା ଗସ୍ତର ଆଜି ହେଉଛି ଅନ୍ତିମ ଦିନ, କାଲି ସର୍କିଟ ହାଇସରେ କରିଥିଲେ ରାତ୍ରୀଯାପନ

ରାଇରଙ୍ଗପୁର:ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କର ତିନି ଦିନିଆ ଓଡ଼ିଶା ଗସ୍ତର ଆଜି ହେଉଛି ଅନ୍ତିମ ଦିନ । ମହାମହିମ ବାରିପଦାର ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ଯୋଗ ଦେବେ । ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ଏହା ପରେ ଅପରାହ୍ନରେ କୋଲକତା ଦେଇ ନୂଆ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ।

president draupadi murmu

ଗତକାଲି ରାଷ୍ଟ୍ରପତି ସର୍କିଟ ହାଉସରେ ରାତ୍ରୀଯାପନ କରିଥିଲେ । ମହାମହିମଙ୍କ ରାତ୍ରୀଭୋଜନରେ ସ୍ୱତନ୍ତ୍ର ନିରାମିଷ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା । ମୟୂରଭଞ୍ଜର ଦେଶୀ ଚାଉଳ ମୁଗେଇଶାଳର ଭାତ, ପଞ୍ଚମେଲନ ଡାଲି ଓ ପୋଟଳ-ନଡିଆ ରସରେ ପ୍ରସ୍ତୁତ କୋରମା ରାଷ୍ଟ୍ରପତିଙ୍କୁ ପରଷାଜାଇଥିଲା ।

ସୂଚନା ଅନୁସାରେ ଆଜି ଦିନ ୧୦ଟାରେ ରାଷ୍ଟ୍ରପତି ସର୍କିଟ ହାଉସରୁ ବାହାରି ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପହଞ୍ଚିବେ । ପରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ଏହାପରେ ସମ୍ବେଦନଶୀଳ ଜନଜାତି ସମ୍ପ୍ରଦାୟଙ୍କ ସହିତ ଭାବ ବିନିମୟ କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୧୧.୧୫ରୁ ମଧ୍ୟାହ୍ନ ୧୨.୧୫ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେବେ। ଏହି କାର୍ଯ୍ୟକ୍ରମ ସାରି ହେଲିକପ୍ଟର ଯୋଗେ କଲେଇକୁଣ୍ଡା ବାୟୁସେନା ଘାଟିରେ ପହଞ୍ଚି ସେଠାରୁ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+