ପଦ୍ମପୁର ଉପନିର୍ବାଚନ: ଚାଲିଛି ଛକାପଞ୍ଝା, ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ
ଆସନ୍ତା ଡିସେମ୍ବର ୫ ତାରିଖରେ ହେବାକୁ ଯାଉଛି ପଦ୍ମପୁର ଉପନିର୍ବାଚନ। ଆଜି ୧୭ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ଦିବସ ଥିବା ବେଳେ ଏଯାଏଁ କେହି ଜଣେ ହେଲେ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରି ନାହାନ୍ତି ।
ପଦ୍ମପୁର: ଆସନ୍ତା ଡିସେମ୍ବର ୫ ତାରିଖରେ ହେବାକୁ ଯାଉଛି ପଦ୍ମପୁର ଉପନିର୍ବାଚନ। ଆଜି ୧୭ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ଦିବସ ଥିବା ବେଳେ ଏଯାଏଁ କେହି ଜଣେ ହେଲେ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରି ନାହାନ୍ତି । ଏହାକୁ ନେଇ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଆଜି ଶେଷ ଦିନରେ ସବୁ ରାଜନୈତିକ ଦଳର ପ୍ରାର୍ଥୀ ଏବଂ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଦାକଲ କରିବାକୁ ପ୍ରସ୍ତୁତ ହେଉଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡିର ବର୍ଷା ସିଂ ବରିହା । ଅପରାହ୍ନରେ ଶୋଭାଯାତ୍ରାରେ ଆସି ପ୍ରାର୍ଥୀପତ୍ର ଦାଖଲ କରିବ। ସେହିପରି ଅପରାହ୍ନରେ ବିଜେପି ନାମାଙ୍କନ ଦାଖଲ କରିବ। କଂଗ୍ରେସ ମଧ୍ୟ ଆଜି ଶୋଭାଯାତ୍ରାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବ। ପରେ ପ୍ରାର୍ଥୀପତ୍ର ଦାଖଲ କରିବ। ନାମାଙ୍କନ ଦାଖଲ ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ସୂଚନାଯୋଗ୍ୟ ଯେ ବିଜେପିରୁ ପ୍ରଦୀପ ପୁରୋହିତ, ବିଜେଡିରୁ ବର୍ଷାରାଣୀ ସିଂ ବରିହା, କଂଗ୍ରେସରୁ ସତ୍ୟଭୂଷଣ ସାହୁ, ଓଜେପିରୁ ମୁକ୍ତେଶ୍ୱର ଦାଶ, ଜୟାନନ୍ ଥାପା, ବେଣୁଧର ବରିହା, କର୍ପୂର ମେହେର, ମନୋରଞ୍ଜନ ସିଂ ବରିହା, ଶେଷଦେବ ସାହୁ, ବୃନ୍ଦାବନ ପୁରୋହିତ, ପ୍ରଶାନ୍ତ ବିଶ୍ୱାଳ, ଜ୍ୟୋତିବିକାଶ ପ୍ରଧାନ, ରେବତୀ ଗିରି, ଚିତ୍ତରଞ୍ଜନ ମେହେର ଏବଂ ଉଦିତ ବୋଣ୍ଡିଆଙ୍କୁ ମିଶାଇ ମୋଟ୍ ୧୫ ଜଣ ପ୍ରାର୍ଥିପତ୍ର କିଣିଛନ୍ତି। ହେଲେ କେହି ଦାଖଲ କରି ନାହାନ୍ତି।
ପଦ୍ମପୁର ଉପଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଚାଲିଥିବା ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ ହୋଇନଥିବାରୁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଚାଷୀ ଆନ୍ଦୋଳନ ୧୬ ଦିନରେ ପହଞ୍ଚିଛି। ଗତ ୧୪ ତାରିଖରେ ଆଗୁଆ ନୋମିନେସନ ପାଇଁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବାହାରିଥିଲେ ମଧ୍ୟ ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇ ଏଥିରୁ ଓହରିଥିଲେ ।












Click it and Unblock the Notifications