Get Updates
Get notified of breaking news, exclusive insights, and must-see stories!

୨୦୨୫ ଆଜି ଶେଷ ଦିନ, ନୂଆ ବର୍ଷକୁ ସ୍ବାଗତ ପାଇଁ ସବୁଠି ଜୋର୍ ସୋର୍ ପ୍ରସ୍ତୁତି

ଆଜି ବିଦାୟ ନେବ ବର୍ଷ ୨୦୨୫ । ସବୁଠି ନୂଆବର୍ଷ ୨୦୨୬କୁ ସ୍ବାଗତ ପାଇଁ ଚାଲିଛି ପ୍ରସ୍ତୁତି । ଆଜିଠୁ ଜାନୁଆରି ୨ ତାରିଖ ଯାଏଁ ପୁରୀରେ ଭକ୍ତ ଓ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ହେବ । ଏହାକୁ ଆଖିରେ ଶ୍ରୀକ୍ଷେତ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯ।ଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ୫ ଥାକିଆ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ଭିଡ଼ ନିୟନ୍ତ୍ରଣ, ପାନୀୟ ଜଳ ସୁବିଧା ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ।

New Year

ସରକାରୀ ଭାବେ ପାଳନ ଉପରେ ଅଙ୍କୁଶ ଲଗାଯାଇଥିଲେ ବି ଧୁମଧାମରେ ନୂଆବର୍ଷ ପାଳନ ପାଇଁ ଟୁଇନସିଟିରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଜିରୋନାଇଟ୍ ସେଲିବ୍ରେସନ ଉପରେ ଜୋର ଦେଇଛି କମିସନରେଟ ପୁଲିସ । ଏନେଇ ହୋଟେଲ, ବାର୍‌, ରେଷ୍ଟୁରାଣ୍ଟ, କ୍ଲବ ପାଇଁ ପରାମର୍ଶବଳୀ ଜାରି କରାଯାଇଛି । ମହିଳା ଓ ଶିଶୁଙ୍କ ପାଇଁ ଅଲଗା ସୁରକ୍ଷା ବ୍ୟବସ୍ଥା କରିବାକୁ କୁହାଯାଇଛି । ଯୁବପିଢ଼ି ନିଶା ସେବନ କରି ଅନ୍ୟଙ୍କ ପାଇଁ ଦୁଃଖର କାରଣ ନସାଜିବାକୁ ପରାମର୍ଶ ଦେଇଛି ପୁଲିସ । ସୁରକ୍ଷା ସୁନିଶ୍ଚିତ କରିବାକୁ କଟକ-ଭୁବନେଶ୍ୱରରେ ୧୮ ପ୍ଲାଟୁନ ଫୋର୍ସ, ୨୯ ଯାଗାରେ ୱାଚ ଟିମ ସହ ସହରର ବିଭିନ୍ନ ସ୍ଥାନରେ ନାକା ଲାଗିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+