ଆଜି ପବିତ୍ର ମାଘସପ୍ତମୀ, ଚନ୍ଦ୍ରଭାଗା ତଟରେ ଶ୍ରଦ୍ଧାଳୁଙ୍କ ଭିଡ଼
ପବିତ୍ର ମାଘସପ୍ତମୀ ଅବସରରେ ଅର୍କକ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗା ତଟରେ ଶ୍ରଦ୍ଧାଳୁଙ୍କ ଭିଡ଼ । ଧ୍ୟାନ, ଜପ, ତପସ୍ୟା ଓ ବେଦ ମନ୍ତ୍ର ଉଚ୍ଚାରଣରେ ସମଗ୍ର ପରିବେଶ ଧାର୍ମିକମୟ ହୋଇଉଠିଛି । ଶ୍ରଦ୍ଧାଳୁମାନଙ୍କ ବିଶ୍ୱାସ ଅନୁଯାୟୀ, ମାଘସପ୍ତମୀ ଦିନ ଚନ୍ଦ୍ରଭାଗାରେ ସ୍ନାନ କଲେ ସମସ୍ତ ପାପ କ୍ଷୟ ହୁଏ ଓ ସୁଖ-ଶାନ୍ତି ଲାଭ ହୁଏ। ଏହି ମେଳାରେ ଶହ ଶହ ସାଧୁ ସନ୍ଥଙ୍କର ସମାଗମ ହୋଇଛି । ଏହି ପବିତ୍ର ଅବସରରେ ସାଧୁ-ସନ୍ଥଙ୍କ ଦର୍ଶନ ପାଇବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି । ଦୁଇ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇ ଧର୍ମୀୟ ସ୍ନାନ କରି ପୁଣ୍ୟ ଅର୍ଜନ କରିଛନ୍ତି ।













Click it and Unblock the Notifications