ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ସୁନାବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି
ଭୁବନେଶ୍ୱର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ପ୍ରତିବର୍ଷ ପାଳନ କରାଯାଏ ବୋଇତ ବନ୍ଦାଣ । ଚଳିତ ବର୍ଷ ଚନ୍ଦ୍ରଗ୍ରହଣ ପାଇଁ ସୁର୍ଯୋଦୟ ପୂର୍ବରୁ ହୋଇଛି ବୋଇତ ବନ୍ଦାଣ । ରାତି ୨ ଟାରୁ ଭୋର୍ ୫ଟା ୩୮ ମିନିଟ୍ ମଧ୍ୟ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । ଗତ ଦୁଇ ବର୍ଷ ହେବ କରୋନା କଟକଣା ପାଇଁ ଡଙ୍ଗା ଭସା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ବିଭିନ୍ନ ନଦୀ, ପୁଷ୍କରିଣୀରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡି ଦେଖିବା ପାଇଁ ମିଳିଥିଲା । ଭୁବନେଶ୍ୱର ବିନ୍ଦୁ ବୋଇତ ବନ୍ଦାଣ ପାଇଁ ଜମିଥିଲା ଶ୍ରଦ୍ଧାଳୁଙ୍କ ଭିଡ । ସେହିପରି ମହୋଦଧିରେ ମଧ୍ୟ ଡଙ୍ଗା ଭସାଇବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବା ପାଇଁ ମିଳିଥିଲା ।

ରାଜଧାନୀ ଭୁବନେଶ୍ୱରରେ ଦୁଇଟି ନଦୀରେ ବୋଇତ ବନ୍ଦାଣ ଉତ୍ସବ ପାଇଁ ବ୍ୟବସ୍ଥା କରାଯାଇଥିଲା । କୂଆଖାଇ, ଦୟା ନଦୀ ଏବଂ ବିନ୍ଦୁ ସାଗରରେ ମଧ୍ୟ ଲୋକେ ଡଙ୍ଗା ଭସାଇଛନ୍ତି । ଏହି ସମୟରେ ଲୋକଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । କମିସନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ ଓ ସୁରକ୍ଷା ପାଇଁ ୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଓ ୧୦ ଅଫିସରଙ୍କୁ ନୟୋଜିତ କରାଯାଇଥିଲା । ଡଙ୍ଗା ଭସା ସ୍ଥାନରେ ଅଗ୍ନିଶମ ବିଭାଗର ୪ଟି ଟିମ୍ ମଧ୍ୟ ଉପସ୍ଥିତ ରହିଥିଲେ ।
ସୁନାବେଶରେ ଚତୁର୍ଦ୍ଧାମୂର୍ତ୍ତି
ସେପଟେ ଆଜି ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ମହଣ ମହଣ ସୁନା ଅଳଙ୍କାରରେ ଆଚ୍ଛାଦିତ ହୋଇଛନ୍ତି ମହାପ୍ରଭୁ । ରାତି ୧୨ ଟା ୧୫ରେ ଦ୍ୱାର ଫିଟା ଯାଇ ନୀତିକାନ୍ତି ଆରମ୍ଭ ହୋଇଥିଲା । ଏହାପରେ ମଙ୍ଗଳ ଆଳତୀ, ମଇଲମ, ତଡପଲାଗି ଓ ଅବକାଶ ନୀତି ବଢିବା ପରେ ବିଳମ୍ବିତ ରାତି ଅର୍ଥାତ୍ ୨.୫୦ରେ ସିଂହାରୀ ସେବାୟତ ମହାପ୍ରଭୁଙ୍କୁ ସୁନାବେଶରେ ସଜ୍ଜିତ କରିଥିଲେ ।
-
IPL 2026: ଟସ୍ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ବ୍ୟାଟିଂ କରିବ KKR, ସୂର୍ଯ୍ୟ ପ୍ଲେଇଙ୍ଗ XIରୁ ଆଉଟ୍ -
ଜେଏଏଲ୍ ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ବେଦାନ୍ତର ଆପତ୍ତି, ଅଦାନି ପ୍ରସ୍ତାବକୁ ଆଇନସମ୍ମତ ବୋଲି ମାନ୍ୟତା ଦେଲେ କୋର୍ଟ ଓ CoC -
ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ, ସବୁ ଜିଲ୍ଲାପାଳଙ୍କ ସହ କରିବେ ଆଲୋଚନା -
APSEZ ର ବଡ଼ ପଦକ୍ଷେପ: ଭାରତର ପ୍ରଥମ Port of Refuge ଆରମ୍ଭ








Click it and Unblock the Notifications