Get Updates
Get notified of breaking news, exclusive insights, and must-see stories!

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ଚାଲିଛି ଡଙ୍ଗା ଭସା

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହା ଉତ୍କଳୀୟ ପରମ୍ପରାର ଗର୍ବ ଗୌରବ । ଓଡ଼ିଶାର ନୌବାଣିଜ୍ୟିକ ପରମ୍ପରାର ସ୍ମୃତିକୁ ମନେ ପକାଇ ରାଜ୍ୟବ୍ୟାପୀ ଲୋକେ ଡଙ୍ଗା ଭସାଉଛନ୍ତି। ପୋଖରୀ, ନଦୀ, ସମୁଦ୍ରକୂଳରେ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି।

ସମୁଦ୍ରରୁ ନଦୀ, ପୁଷ୍କରିଣୀଠୁ ଆରମ୍ଭ କରି ସବୁ ଜଳାଶୟରେ ଆ-କା-ମା-ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର ଗାଇ ଡଙ୍ଗା ଭସାଉଛନ୍ତି। ସକାଳୁ ସକାଳୁ ଏଥିପାଇଁ ଜଳାଶୟ ଗୁଡ଼ିକରେ ପ୍ରବଳ ଭିଡ଼ ଜମିଛି। ଭୁବନେଶ୍ୱରର ପବିତ୍ର ବିନ୍ଦୁ ସାଗର, ପୁରୀ ମହୋଦଧୀ, କଟକର ମହାନଦୀ, କାଠଯୋଡ଼ି ଭଳି ଅନେକ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ବିଭିନ୍ନ ସ୍ଥାନରେ ବ୍ୟାପକ ପୁଲିସ୍‌ ଟିମ୍‌ ବି ମୁତୟନ ହୋଇଛନ୍ତି।

Kartik Purnima

ମାସ ସାରା କାର୍ତ୍ତିକ ବ୍ରତ କରିବା ପରେ ଆଜି ପୂର୍ଣ୍ଣିମା ପାଇଁ ହବିଷ୍ୟାଳୀମାନେ ମଧ୍ୟ ସମୁଦ୍ର ବେଳାଭୂମିରେ ପୂଜାର୍ଚ୍ଚନା କରିଛନ୍ତି। ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ୍ଵ ଭକ୍ତ ମହୋଦଧି ତଟରେ ଏକତ୍ରିତ ହୋଇ କାର୍ତ୍ତିକ ପୂର୍ଣ୍ଣିମାରେ ପୂଜାର୍ଚ୍ଚନା କରିଛନ୍ତି। ବିଶ୍ୱାସ ରହିଛି ଆଜିର ଦିନରେ ମହୋଦଧିରେ ବୁଡ଼ ପକାଇଲେ ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ ।

ଉତ୍କଳର ଗୌରବମୟ ନୌବାଣିଜ୍ୟ ଇତିହାସ ସହିତ ମଧ୍ୟ ଏହା ନିବିଡ଼ ଭାବେ ସମ୍ପୃକ୍ତ। ଏହିଦିନ ବିଭିନ୍ନ ସ୍ଥାନରେ ରାସ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥାଏ। ଆଜିର ଦିନରେ ଦାନ କଲେ କୋଟିପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଅଛି।

ଚଳିତ ବର୍ଷ ବାଲିଯାତ୍ରାରେ ପିଠା ମହୋତ୍ସବ ଆରମ୍ଭ ହେବ। ଭାରତ ବ୍ୟତୀତ ଅନ୍ୟ କିଛି ଦେଶରେ ବି ବିଭିନ୍ନ ପ୍ରକାର ପିଠା ପ୍ରସ୍ତୁତ ହୁଏ। ତେଣୁ ଆମ ରାଜ୍ୟବାସୀ ସେମାନଙ୍କ ପିଠାର ମଜା ଉଠାଇ ପାରିବେ ଓ ସେମାନେ ଆମ ପିଠାର ସ୍ୱାଦ ଚାଖି ପାରିବେ ।

ଏହାବାଦ ଏଥର ବାଲି ଯାତ୍ରାରେ ମହାନଦୀରେ ଲେଜର ଶୋ', ଡ୍ରୋନ ଶୋ' ଆୟୋଜିତ ହେବ। ପ୍ରଥମ ଥର ପାଇଁ ୪୦୦ ଡ୍ରୋନକୁ ନେଇ ଡ୍ରୋନ୍‌ ଶୋ' ଆୟୋଜିତ ହେବ।

ଚଳିତବର୍ଷ ବାଲିଯାତ୍ରାକୁ ଆସିଛି ନୂଆ ଦୋଳି ସ୍କ୍ରିମ ଟାୱାର। ବାଲିଯାତ୍ରାରେ ଏହି ଦୋଳିକୁ ପ୍ରଥମ ଥର ପାଇଁ ଲଞ୍ଚ କରିଛି ଗାଜିଆବାଦର ଫନଟେକ ଆମ୍ୟୁଜମେଣ୍ଟ କମ୍ପାନୀ। ଏକାଥରକେ ୩୨ ଜଣ ଏହି ଦୋଳିରେ ବସି ନୂଆ ରୋମାଞ୍ଚର ମଜା ନେଇପାରିବେ।

ସେହିପରି ପ୍ରଥମଥର ପାଇଁ ବାଲିଯାତ୍ରାକୁ ଆସିଛି ସୁନାମି ଓ ଫ୍ରିସ-ବି ଦୋଳି। ଯାହା ଦର୍ଶକଙ୍କୁ ବେଶ୍ ମନୋରଞ୍ଜନର ଖୋରାକ ଦେବ। ଚଳିତବର୍ଷ ବାଲିଯାତ୍ରା 'କଟକ ଇନ୍ କଟକ'ରେ ଦେଖିବାକୁ ମିଳିବ ଓଡିଆ ଚଳଚ୍ଚିତ୍ର ଇତିହାସର ଝଲକ।

ଏଥର ବାଲିଯାତ୍ରାକୁ ପାଖାପାଖି ୭୦ ଲକ୍ଷ ଲୋକ ଆସିବେ ବୋଲି ଆକଳନ କରାଯାଇଛି। ବୟସ୍କଙ୍କ ପାଇଁ ୮ ସିଟ୍‌ ବିଶିଷ୍ଟ ୬ଟି ଗାଡ଼ି, ୩୦ ଇ- ରିକ୍ସା ବ୍ୟବସ୍ଥା ହୋଇଛି। ବୟସ୍କ ତଥା ଭିନ୍ନକ୍ଷମଙ୍କୁ ଏହା ସେବା ଯୋଗାଇବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+