ଆଜି ପବିତ୍ର ଇଦ୍ ଉଲ ଫିତର

ଆଜି ହେଉଛି ଇଦ-ଉଲ-ଫିତର । ଦୀର୍ଘ ଏକ ମାସର ଉପବାସ ବ୍ରତ ରମଜାନର ଉଦଯାପନ ହୋଇଛି । ଏହି ପର୍ବ ପାଇଁ ପାଳନ ଉତ୍ସବ ମୁଖର ସାରା ଦେଶ । ସହରର ମୁସଲିମ ସମ୍ପ୍ରଦାୟର ଛୋଟ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ପର୍ବରେ ସାମିଲ ହୋଇଛନ୍ତି । ମସଜିଦରେ ଚାଲିଛି ସମୁହ ନମାଜ ପାଠ । ଘରେ ବି ଚାଲିଛି ନମାଜ ପାଠ । ପରସ୍ପରକୁ ଇଦର ଶୁଭେଛା ଜଣାଉଛନ୍ତି ମୁସଲିମ ଭାଇ ଓ ଭଉଣୀ । ବିରିୟାନୀ, ଲଛା, ସିମେଇ , ଖଜୁର ଓ ସର୍ବତ ପ୍ରସ୍ତୁତ ହୋଇ ରହିଛି ।

Eid-ul-Fitr

ଆଜି ଇଦ ସହ ଶେଷ ହେବ ଦୀର୍ଘ ଏକ ମାସ ଧରି ଚାଲିଥିବା ବ୍ରତ। ଦିନ ସାରା ଉପବାସ ରହି ରାତିରେ ରୋଜା ପାଳୁଥିଲେ। ଏହା ରମଜାନ ମାସକୁ ଇସଲାମରେ ସବୁଠୁ ପବିତ୍ର ମାସ କୁହାଯାଏ। ଏହି ସମୟରେ ଗରୀବ ଲୋକମାନଙ୍କୁ ଦାନ ଦିଆଯାଇଥାଏ। ବିଶ୍ବାସ ରହିଛି ଏପରି କଲେ ଆଲ୍ଲା ଖୁସି ହୋଇଥାନ୍ତି। ସମୁହ ନମାଜ ପାଠ ପାଇଁ ଦିଲ୍ଲୀର ଜମା ମସଜିଦରେ ସକାଳୁ ସକାଳୁ ଭିଡ ଲାଗିଛି। ସେହିପରି କଟକ ଏବଂ ଭଦ୍ରକରେ ମଧ୍ୟ ସକାଳୁ ସକାଳୁ ମସଜିଦ୍ ଯାଇ ନମାଜ ପଢିବା ସହ ପରସ୍ପରକୁ ଶୁଭେଚ୍ଛା ଜଣାଉଛନ୍ତି ମୁସଲମାନ ଭାଇଭଉଣୀ ।ଏହି ପବିତ୍ର ଦିନରେ ବର୍ଷ ସାରା ଯାହା ଆୟ କରିଥିବ ତାର ଅଢ଼େଇ ଭାଗ ଗରିବ ଓ ନିଃସହାୟ ବ୍ୟକ୍ତିଙ୍କୁ ଦାନ କଲେ ପୂଣ୍ୟ ହୁଏ ବୋଲି ବିଶ୍ୱାସ ରହିଛି । ଇସଲାମ ପରମ୍ପରା ଅନୁସାରେ ଏହି ରମଜାନ ମାସ ହିନ୍ଦୁମାନଙ୍କ କାର୍ତ୍ତିକ ମାସ ଭଳି ସବୁଠାରୁ ପୂଣ୍ୟ ଓ ପବିତ୍ର ମାସ। ମାସ ସାରା ରୋଜା (ଉପବାସ) ଓ ଏବାଦତ (ବିଶେଷ ପ୍ରାର୍ଥନା) କରାଯିବାର ପରମ୍ପରା ରହିଥାଏ । ତେବେ ମୁସଲମାନ ଶ୍ରଦ୍ଧାଳୁ ମାନେ ଭୋରରୁ ଉଠି ଉପବାସ ରଖିଥିଲେ। ପ୍ରତ୍ୟେକ ଦିନ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ନିର୍ଜ୍ବଳା ଉପବାସ ବ୍ରତ ପାଳନ କରିବା ସହିତ ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ୱା ଇତ୍ୟାଦି ଇନ୍ଦ୍ରିୟଗୁଡ଼ିକ ଉପରେ ସଂଯମ ଅବଲମ୍ବନ କରାଯାଇଥାଏ ବୋଲି ବିଶ୍ୱାସ ରହିଛି।

ସୂଚନା ଥାଉ କି, ମୁସଲମାନ ମାନଙ୍କ ପାଇଁ ଏହା ଏକ ବଡ଼ ପର୍ବ । ଆଜିର ଇଦ୍ ସହ ଶେଷ ହେଲା ଦୀର୍ଘ ଏକ ମାସ ଧରିଚାଲିଥିବା ଉପବାସ । ଏହି ରମଜାନ ମାସକୁ ଇସଲାମରେ ସବୁଠାରୁ ପବିତ୍ର ମାସ ବୋଲି କୁହାଯାଏ । ଏହି ସମୟରେ ଦାନଧର୍ମ କରାଯାଇଥାଏ । ଏହା ମଧ୍ୟ ବିଶ୍ଵାସ ରହିଛି ରୋଜା ରଖି ନମାଜ ପଢ଼ିଲେ ଇଶ୍ବର ବର୍ଷ ଜାକର ପାପ କ୍ଷମା କରନ୍ତି ଏବଂ ପୁଣ୍ୟ ମିଳିଥାଏ ଏବଂ ଉପବାସର ଅର୍ଥ ହେଉଛି ତୁମର ବିଶ୍ୱାସ ବଜାୟ ରଖିବା, ମନକୁ ଆସୁଥିବା ଖରାପ ଚିନ୍ତାଧାରାକୁ ତ୍ୟାଗ କରିବା, ପାପ କାମଠାରୁ ଦୂରେଇ ରହିବା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+