ଆଜି ପୌଷ ପୂର୍ଣ୍ଣିମା, ଆଜି ଦୃଶ୍ୟମାନ ହେବ ବିରଳ ସୁପରମୁନ୍

ଆଜି ଦୃଶ୍ୟମାନ ହେବ ଶତାବ୍ଦୀର ବିରଳ ସୁପରମୁନ୍ । ଦୀର୍ଘ ୧୧୩ ବର୍ଷ ପରେ ଘଟିବ ବିରଳ ସଂଯୋଗ । ଆଜି ପୌଷ ପୂର୍ଣ୍ଣିମାରେ ଚଳିତ ବର୍ଷର ପ୍ରଥମ ସୁପରମୁନ୍ ଦୃଶ୍ୟମାନ ହେବ। ତେବେ ଅନ୍ୟ ସୁପରମୁନ୍ ଅପେକ୍ଷା ଏହା ଖୁବ୍ ବିରଳ । କାରଣ ଆଜି ଚନ୍ଦ୍ର ପୃଥିବୀର ନିକଟତର ହେବା ସହ ପୃଥିବୀ ମଧ୍ୟ ସୂର୍ଯ୍ୟର ସବୁଠୁ ନିକଟତର ହେବ । ତେଣୁ ୨୦୨୬ରେ ମୋଟ ୩ଟି ସୁପରମୁନ୍ ଦେଖାଯିବାକୁ ଥିଲେ ମଧ୍ୟ, ଆଜି ଜହ୍ନ ସବୁଠୁ ଅଧିକ ଉଜ୍ଜ୍ୱଳ ଦେଖାଯିବ ।

supermoon

ଶେଷଥର ପାଇଁ ୧୯୧୨ ମସିହାରେ ଏଭଳି ସଂଯୋଗ ଆସିଥିଲା । ସୂର୍ଯ୍ୟାସ୍ତ ପରେ ପରେ ସନ୍ଧ୍ୟା ୫ଟା ୪୫ରୁ ୬ଟା ମଧ୍ୟରେ ସବୁଠୁ ବଡ଼ ଓ ଉଜ୍ଜ୍ୱଳ ଦେଖାଯିବ ପୂର୍ଣ୍ଣଚନ୍ଦ୍ର । ଏହା ସ୍ୱାଭାବିକ ଠାରୁ ୧୪ ପ୍ରତିଶତ ବଡ଼ ଓ ୩୦ ପ୍ରତିଶତ ଉଜ୍ଜ୍ୱଳ ଦେଖାଯିବ । ଚନ୍ଦ୍ର ପୃଥିବୀ ଚାରିପଟେ ଅଣ୍ଡାକାର କକ୍ଷପଥରେ ଘୁରି ବୁଲିଥାଏ । ତେବେ ଏହା ପୃଥିବୀ ନିକଟରେ ଥିବା ଅବସ୍ଥାରେ ପୂର୍ଣ୍ଣିମା ଆସିଲେ ସୁପରମୁନ୍ ଦେଖାଯାଏ । ଏବେ ପୃଥ‌ିବୀ ଠାରୁ ଚନ୍ଦ୍ରର ଦୂରତା ପ୍ରାୟ ୩ ଲକ୍ଷ ୬୨ହଜାର କିଲୋମିଟର ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+