• search
For Quick Alerts
Turn On Notification  
For Daily Alerts

ଆଜି ଭୁବନେଶ୍ୱର ପ୍ରତିଷ୍ଠା ଦିବସ, ଶୁଭେଚ୍ଛା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

|

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ବରର ୭୩ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜ ଟ୍ବିଟରରେ ଟ୍ୱିଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜଧାନୀ ପ୍ରତିଷ୍ଠା ଦିବସର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ତେବେ ଚଳିତ ଥର କୋଭିଡ କଟକଣା ଯୋଗୁଁ ନିରାଡମ୍ବର ଭାବେ ପାଳନ ହେବ ଉତ୍ସବ ।

Bhubaneswar founding day

ଚଳିତ ବର୍ଷ ପରେଡକୁ ବାତିଲ କରାଯାଇଛି । ତେବେ କେବଳ ବିଧାନସଭା ସମ୍ମୁଖରେ ଥିବା ରାଜଧାନୀ ପ୍ରତିଷ୍ଠା ଫଳକରେ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ରାଜଧାନୀର ପ୍ରତିଷ୍ଠା ଦିବସର ପୂର୍ବ ସନ୍ଧ୍ୟାରେ ରାଜଧାନୀର ପ୍ରମୁଖ ସରକାରୀ କାର୍ଯ୍ୟାଳୟ ଗୁଡିକୁ ଆଲୋକିକରଣ କରାଯାଇଛି । । ରାଜଧାନୀର ରାସ୍ତାଘାଟ , ସରକାରି କାର୍ଯ୍ୟଳୟକୁ ରଙ୍ଗ ବେରଙ୍ଗ ଲାଇଟରେ ସଜେଇ ଦିଆଯଇଛି । ରାଜଧାନୀ ବାସିନ୍ଦା ମାନେ ଏହି ସୁନ୍ଦର ଆଲୋକିକରଣ ଦେଖି ସେଲ୍ପି ମଧ୍ୟ ନେଇଛନ୍ତି ।

1948 ମସିହା ଏପ୍ରିଲ 13ରେ ଆଧୁନିକ ଭୁବନେଶ୍ବର ଜନ୍ମ ନେଇଥିଲା। ଏହାର ଶିଳାନ୍ୟାସ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ କରିଥିଲେ। ସେ ଦିନ ମହାବିଷୁବ ସଂକ୍ରାନ୍ତି ଥିଲା।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Today is the founding day of Bhubaneswar, Chief Minister Naveen Patnaik congratulate
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X