ଆଜି ବର୍ଷର ପ୍ରଥମ ଚନ୍ଦ୍ର ଗହଣ: ସକାଳ ୬ଟା ୨୦ରୁ ପାକ ତ୍ୟାଗ, ସନ୍ଧ୍ୟା ୬ଟା ୪୭ ପରେ....
ଆଜି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ । ଏହି ଗ୍ରହଣ ଦୋଳ ପୂର୍ଣ୍ଣିମାରେ ଦେଖିବାକୁ ମିଳିବ । ସେଥିପାଇଁ ଏହି ଦିନ ଦୋଳ ଠାକୁର ଭୋଗ ଖାଇବେ ନାହିଁ । ତେଣୁ ଦୋଳ ପୂର୍ଣ୍ଣିମାର ସମସ୍ତ କାର୍ଯ୍ୟ ସୋମବାର ଠାରୁ ଶେଷ କରାଯାଇଛି

ଭାରତୀୟ ସମୟ ଦିନ ୨ଟା ୧୪ମିନିଟରେ ଏହି ଚନ୍ଦ୍ର ଗ୍ରହଣ ଆରମ୍ଭ ହେବ । ଯେତେବେଳେ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରିବ ସେତେବେଳେ ଦିନ ୩ଟା ୨୦ ହେଇଥିବ । ଆଂଶିକ ଗ୍ରହଣ ଦିନ ୩ଟା ୨୦ରୁ ଆରମ୍ଭ ହୋଇ ପୂର୍ଣ୍ଣଚନ୍ଦ୍ର ଗ୍ରହଣ ଅପରାହ୍ନ ୪ଟା ୩୪ରୁ ୫ଟା ୩୨ ମନିଟ ଯାଏ ଘଟିବ । ଆଂଶିକ ଗ୍ରହଣ ସନ୍ଧ୍ୟା ୬ଟା ୪୭ରେ ଶେଷ ହେବ । ସେଥିପାଇଁ ଏହି ଚନ୍ଦ୍ର ଗ୍ରହଣ ଓଡ଼ିଶାରେ ସନ୍ଧ୍ୟା ୬ଟାରୁ ସନ୍ଧ୍ୟା ୬ଟା ୪୭ ଯାଏ ମାତ୍ର ଆଂଶିକ ଗ୍ରହଣ ଭାବେ ଦେଖାଯିବ । କିନ୍ତୁ ଏଥିପାଇଁ ସକାଳ ୬ଟା ୨୦ରୁ ଘାତ ସମୟ ଆରମ୍ଭ ହେବ ବୋଲି ପାଞ୍ଜିରେ ଲେଖା ହୋଇଛି । ୨୦୨୬ରେ ୨ଟି ଚନ୍ଦ୍ର ଗ୍ରହଣ ଓ ଦୁଇଟି ସୂର୍ଯ୍ୟ ପରାଗ ଦେଖାଯିବ । ଚନ୍ଦ୍ର ଗ୍ରହଣ ଗୋଟିଏ ସୁନ୍ଦର ମହାଜଗତିକ ଦୃଶ୍ୟ ଯାହାକୁ ଖାଲି ଆଖିରେ ସହଜରେ ଦେଖିହେବ । ଏହାର କୌଣସି ପ୍ରଭାବ ଆମ ଉପରେ ତଥା ପୃଥିବୀ ଉପରେ ନାହିଁ ।












Click it and Unblock the Notifications