ଆଜି ରଙ୍ଗର ପର୍ବ ହୋଲି, ଜାଣନ୍ତୁ କଣ ଅଛି ଏହା ପଛର କାହାଣୀ

ଆଜି ସାରା ଦେଶ ପାଳୁଛି ହୋଲି । ଆଜିର ଦିନରେ ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସନ୍ତି । ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ । ଗାଁଠୁ ସହର ସବୁଠି ଚାଲେ ରଙ୍ଗର ଖେଳ । ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ଏହି ରଙ୍ଗ ଖେଳ ଏକ ମାଧ୍ୟମ । ଗୀତ ନାଚର ଆସର ବି ଜମେ । ଗାଁକୁ ଗାଁ ବୁଲି ପିଲାଠୁ ବୟସ୍କ ସମସ୍ତେ ହୋଲି ଖେଳରେ ମସଗୁଲ ହୁଅନ୍ତି । ରଙ୍ଗ ଓ ରଙ୍ଗ ପିଚକାରୀର ଆଜି ଦିନରେ ଦବଦବା ରହେ ।

holi

ହୋଲି ଖେଳ ପଛରେ ପୌରାଣିକ ତତ୍ୱ ବି ରହିଛି । ଅସୁର ରାଜା ହିରଣ୍ୟକଶ୍ୟପ ନିଜ ପୁଅ ପ୍ରହଲ୍ଲାଦଙ୍କୁ ମାରିବାକୁ ଷଡ଼ଯନ୍ତ୍ର ରଚିଥିଲେ । କାରଣ ପ୍ରହଲ୍ଲାଦ ଥିଲେ ବିଷ୍ଣୁଙ୍କ ପରମ ଭକ୍ତ । ଆଉ ହିରଣ୍ୟକଶ୍ୟପ ଏଥିରେ ଖୁବ୍ ରାଗିଯାଇ ନିଜ ଭଉଣୀ ହୋଲିକା ମାଧ୍ୟମରେ ପ୍ରହଲ୍ଲାଦଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲେ ।

ହୋଲିକାକୁ ବର ମିଳିଥିଲା ଯେ, ସେ ନିଆଁରେ ଜଳିବ ନାହିଁ । ହେଲେ ସେ ଯେତେବେଳେ ପ୍ରହଲ୍ଲାଦଙ୍କୁ ଧରି ନିଆଁ ଭିତରକୁ ଗଲେ, ପ୍ରହଲ୍ଲାଦ ବିଷ୍ଣୁଙ୍କୁ ପ୍ରାର୍ଥନା କଲେ । ଆଉ ହୋଲିକା ନିଆଁ ପୋଡ଼ି ହୋଇ ପ୍ରାଣତ୍ୟାଗ କଲେ ଓ ପ୍ରହଲ୍ଲାଦ ବଞ୍ଚିଗଲେ । ଅନ୍ୟ ଏକ ପୌରାଣିକ ତତ୍ତ୍ୱ ଅନୁସାରେ ରାଧା-କୃଷ୍ଣଙ୍କ ସାତ୍ୱିକ ପ୍ରେମର ପ୍ରମାଣ ହେଉଛି ହୋଲି ଖେଳ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+