ରାସନ କାର୍ଡ ଇ-କେଓ୍ବାଇସି ପାଇଁ ଆଜି ପୂରୁଛି ଡେଡଲାଇନ୍

ରାସନ କାର୍ଡ ଇ-କେଓ୍ବାଇସି ପାଇଁ ଆଜି ପୂରୁଛି ଡେଡଲାଇନ୍ । ତେଣୁ ଯେଉଁ ହିତାଧିକାରୀମାନେ ଇ-କେଓ୍ବାଇସି କରିନାହାନ୍ତି । ଆଜି ହିଁ କରିଦିଅନ୍ତୁ । ଯେଉଁମାନେ ନ କରିବେ , ତାକୁ ସରେଣ୍ଡର କରାଗଲା ବୋଲି ଧରିନିଆଯିବ। ସେହି ଜାଗାରେ ନୂଆ ଲୋକଙ୍କୁ ଦିଆଯିବ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ଆଜି ପରେ ଆଉ ସମୟ ସୀମା ବଢାଯିବ ନାହିଁ । ରାଜ୍ୟରେ ଆହୁରି ଲକ୍ଷାଧିକ ହିତାଧିକାରୀ ଇ-କେଓ୍ବାଇସି କରିନଥିଲେ। ସେମାନଙ୍କ ମଧ୍ୟରୁ କିଛି ଡେଡଲାଇନ୍ ବୃଦ୍ଧି ପାଇଁ ଲିଖିତ ଭାବେ ଜଣାଇବା ପରେ ସରକାର ଗତ ୩୦ ତାରିଖରେ ସମୟ ସୀମାକୁ ସମ୍ପ୍ରସାରଣ କରିଥିଲେ ।

ରାଜ୍ୟରେ ଭୂତ ହିତାଧିକାରୀ ଚିହ୍ନଟ, ଓ ଯୋଗ୍ୟ ହିତାଧିକାରୀ ଙ୍କୁ ନୂଆ ରାସନ କାର୍ଡ ଯୋଗାଇଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଗତ ଜୁନ୍ ମାସରୁ ଇକେଓ୍ବାଇସି ଅପଡେଟ୍ ପ୍ରକ୍ରିୟା ଆରମ୍ଭ କରିଥି‌ଲେ। ଯାହାର ଡେଡଲାଇନ୍ ପ୍ରଥମେ ଡିସେମ୍ବର ୩୧ , ଜାନୁଆରୀ ୧୫, ଜାନୁଆରୀ ୩୧ ପରେ ଫେବୃଆରୀ ୧୪ ଯାଏଁ ଚତୁର୍ଥଥର ବୃଦ୍ଧି କରିଥିଲେ ରାଜ୍ୟ ସରକାର।

ration card e-kyC

ରାସନ କାର୍ଡରେ ଅନେକ ସରକାରୀ ସୁବିଧା ମିଳୁଥିବା ବେଳେ କିଛି ଧନୀ ଶ୍ରେଣୀର ଲୋକ ଚଞ୍ଚକତା କରି ରାସନ କାର୍ଡ ହାତେଇଛନ୍ତି। ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ନଫେରାଇଲେ କାର୍ଯ୍ୟାନୁଷ୍ଠାନ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+