ଆଜି ଛତିଶା ନିଯୋଗ ବୈଠକ; କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ, ଧାଡ଼ି ଦର୍ଶନ ଏବଂ ରତ୍ନଭଣ୍ଡାର ସ୍ଥାନାନ୍ତରଣ ଉପରେ ହେବ ଆଲୋଚନା

ଆଜି ଅପରାହ୍ଣ ୪ଟାରେ ଅନୁଷ୍ଠିତ ହେବ ଛତିଶା ନିଯୋଗ ବୈଠକ । ଆସନ୍ତା ମାସ ତଥା ଅକ୍ଟୋବର ୩ ତାରିଖରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ ଥିବା କାର୍ତ୍ତିକ ମାସ ବାଳଧୂପ ନୀତିର ନୀତି ନିର୍ଘଣ୍ଟ ଅନୁମୋଦନ ଧାଡ଼ି ଦର୍ଶନ ଏବଂ ରତ୍ନଭଣ୍ଡାର ସ୍ଥାନାନ୍ତରଣ ନେଇ ବୈଠକ ଆଲୋଚନାର ପ୍ରମୁଖତା ରହିଛି । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତା କରିବେ । ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ସହ ବିଭିନ୍ନ ନିଯୋଗର ମୁଖିଆମାନେ ବସି ନୀତି ଶୃଙ୍ଖଳା ନିମନ୍ତେ ନିଷ୍ପତ୍ତି ନେବେ । ସଭାପତିଙ୍କ ଅନୁମୋଦନ କ୍ରମେ ଅନ୍ୟାନ୍ୟ ବିଷୟରେ ବୈଠକରେ ଆଲୋଚନା ହେବାକୁ ସ୍ଥିର ହୋଇଛି ।

ଅକ୍ଟୋବର ୩ ତାରିଖରେ ଶ୍ରୀଜିଉଙ୍କ ଦୁର୍ଲଭ ରାଧାଦାମୋଦର ବେଶ ସହ ବାଳଧୂପ ନୀତି ଆରମ୍ଭ ହେବ । ଯେତେବେଳେ କି ନଭେମ୍ବର ୨ ତାରିଖରେ ଲକ୍ଷ୍ମୀନାରାୟଣ ବେଶ ଓ ହରି ଉତ୍‌ଥାପନ, ୩ ତାରିଖରେ ଡାଳିକିଆ ବେଶ ବା ତ୍ରିବ୍ରିକ୍ରମ ବେଶ ଓ ଗରୁଡ଼ ଉତ୍‌ଥାପନ, ୪ ତାରିଖରେ ଶ୍ରୀଜିଉଙ୍କ ଲକ୍ଷ୍ମୀନୃସିଂହ ବେଶ, ୫ ତାରିଖରେ ରାଜାଧିରାଜ ବେଶ । ମାସ ତମାମ ହବିଷ୍ୟାଳି ବ୍ରତଧାରୀଙ୍କ ଭିଡ଼ ଶ୍ରୀମନ୍ଦିରରେ ରହିବ । ତେଣୁ ଶ୍ରୀମନ୍ଦିରରେ ସଅଳ ନୀତି ଆରମ୍ଭ, ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଓ ଶୀଘ୍ର ମହାପ୍ରସାଦ ପାଇବା ଗୁରୁତ୍ୱ ରହିବ । ଏହାକୁ ସୂଚାରୁ ରୂପେ ତୁଲାଇବା ପ୍ରଶାସନ ପାଇଁ ଗତ ବର୍ଷ ଅପେକ୍ଷା ଅଧିକ କଠିନ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+