ଆଜି ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ, ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ନବୀନ
ଆଜି ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ। ଦୀର୍ଘ ୨୪ ବର୍ଷ ଧରି ଶାସନରେ ରହିବା ପରେ ଏଥର ବିରୋଧୀ ଦଳ ଭାବେ ପ୍ରତିଷ୍ଠା ଦିବସ ପାଳିବ ବିଜେଡି । ଦଳୀୟ ନେତା ଓ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଚଳିତ ଥର ନିର୍ବାଚନମଣ୍ଡଳୀ ସ୍ତରରେ ପ୍ରତିଷ୍ଠା ଦିବସ ପାଳନ ପାଇଁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଶଙ୍ଖ ଭବନରେ ଆୟୋଜନ ହେବ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ। ସରକାରରୁ ଯିବା ପରେ ବର୍ତ୍ତମାନ ବିଜେଡି ଆଗରେ ଅନେକ ଆହ୍ବାନ ସୃଷ୍ଟି ହୋଇଛି । ନିର୍ବାଚନରେ ପରାଜୟ ପରେ ବଡ ଆହ୍ବାନର ସମ୍ମୁଖୀନ ହେଉଛି ବିଜେଡି । ସାଧାରଣ ନିର୍ବାଚନ ପରେ ବରିଷ୍ଠ ନେତା ମାନେ ଦଳର ଶୀର୍ଷ ନେତୃତ୍ବଙ୍କ ଉପରେ ଅସନ୍ତୋଷ ଝାଡୁଥିବା ବେଳେ ପୌର ଓ ପଞ୍ଚାୟତ ସ୍ତରରେ ଦଳର ନେତା ଓ କର୍ମୀ ମାନେ ଦଳର ହାତଛାଡ଼ି ବିଜେପି ହାତ ଧରୁଥିବା ଦେଖିବାକୁ ମିଳିଛି ।
ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଜେଡି ଆକ୍ରମଣାତ୍ମକ ଆଭିମୁଖ୍ୟ ନେଉଥିବା ବେଳେ ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବିଜେଡିର ଆଭିମୁଖ୍ୟ କଣ ରହିବ ସେନେଇ ବାର୍ତ୍ତା ଦେଇପାରନ୍ତି ନବୀନ। ୬ମାସର ବିଜେପି ସରକାରର ବିଫଳତାକୁ ଅସ୍ତ୍ର କରି ପୁଣିଥରେ ବିଜେଡି ଭୋଟରଙ୍କ ନିକଟତର ହେବାକୁ ପ୍ରତିଷ୍ଠା ଦିବସରୁ ଚେଷ୍ଟା କରିବାକୁ ଯାଉଛି।
ବିଜେଡିର ପ୍ରତିଷ୍ଠା ଦିବସ
ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ
ବିରୋଧୀ ଦଳ ଭାବେ ପ୍ରତିଷ୍ଠା ଦିବସ ପାଳିବ ବିଜେଡି












Click it and Unblock the Notifications