ଆଜି ସ୍ବାୟତ୍ତ ଶାସନ ଦିବସ, ବଡ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ

ଆଜି ଘୋଷଣା ହୋଇପାରେ ନୂଆ ଏନ୍‌ଏସି । ସ୍ବାୟତ୍ତ ଶାସନ ଦିବସ‌ ଅବସରରେ ରାଜ୍ୟରେ ଆଉ ୯ ଟି ନୂଆ ଏନ୍‌ଏସି ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ୨୧ଟି ନୂଆ ଏନ୍‌ଏସି ଗଠନ ହେବା ନେଇ ମୁଖ୍ୟମନ୍ତ୍ରୀ ସ୍ବାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିଲେ ।

Self-Government Day

ଏଥିରୁ ୧୨ଟି ଏନ୍‌ଏସି ନେଇ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି । ତେଣୁ ବାକି ୯ଟି ନୂଆ ଏନ୍‌ଏସି ଆଜି ଘୋଷଣା ହୋଇପାରେ । ପୂର୍ବରୁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ ସ୍ବାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ୯ଟି ନୂଆ ଏନ୍‌ଏସି ଘୋଷଣା କରିବେ । ଏନ୍‌ଏସି ଦାବିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ହେଉଥିବାରୁ ରାଜ୍ୟ ସରକାର ଏନେଇ ସତର୍କତ‌ା ଅବଲମ୍ବନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଉତ୍ସବ ମଞ୍ଚରେ ୯ଟି ନୂଆ ଏନ୍‌ଏସି ଘୋଷଣା କରିବେ । ଆଗୁଆ ନୂଆ ଏନ୍‌ଏସି ନାମ ଜଣାପଡ଼ିଲେ ସ୍ବାୟତ୍ତ ଶାସନ ଦିବସ ଅବସରରେ ବିକ୍ଷୋଭ ପ୍ରଦର୍ଶନର ଭୟ ଥିବାରୁ ଏହାକୁ ଗୁପ୍ତ ରଖାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+