ଆଜି ସମ୍ବଲପୁରୀ ଦିନ୍; ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର, ପିନ୍ଧମା ସମ୍ବଲପୁରୀ, ଖାଏମା ସମ୍ବଲପୁରୀ, କହେମା ସମ୍ବଲପୁରୀ"

ପିନ୍ଧମା ସମ୍ବଲପୁରୀ, ଖାଏମା ସମ୍ବଲପୁରୀ, କହେମା ସମ୍ବଲପୁରୀ" କହି ସମ୍ବଲପୁର ଲୋକେ ପାଲନ କଲେ 'ସମ୍ବଲପୁରୀ ଦିନ୍‌ '।

ଆଜି ପଶ୍ଚିମ ଓଡ଼ିଶା ପାଳୁଛି ସମ୍ବଲପୁରୀ ଦିନ୍ । ଭାଷା ସାହିତ୍ୟର ପୁରୋଧା ସତ୍ୟନାରାୟଣ ବୋହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ ଭାବରେ ପାଳନ କରୁଛନ୍ତି ପଶ୍ଚିମ ଓଡ଼ିଶାବାସୀ । ସମ୍ବଲପୁରୀ ପୋଷାକ ସହ ଜମୁଛି ନାଚ ଗୀତର ଆସର । ଆଜି ଦିନରେ ସମ୍ବଲପୁରୀ ଖାଇବା ସାଙ୍ଗକୁ ନୃତ୍ୟ ଗୀତରେ ବିଭୋର ହୁଅନ୍ତି ସାରା ପଶ୍ଚିମ ଓଡ଼ିଶାବାସୀ । ସମ୍ବଲପୁରୀ ଭାଷା ଓ ସଂସ୍କୃତିର ପ୍ରଚାର ହିଁ ଏହି ଦିନର ଏକମାତ୍ର ଲକ୍ଷ୍ୟ ।

ସମ୍ବଲପୁରୀ କବି ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିବସ

ଆଜି ହେଉଛି ବିଶିଷ୍ଟ ସାହିତ୍ୟିକ ତଥା ସମ୍ବଲପୁରୀ କବି ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ୧୦୮ ତମ ଜନ୍ମ ଦିବସ। ଏହି ଅବସରରେ ପ୍ରତିବର୍ଷ ଅଗଷ୍ଟ ୧କୁ 'ସମ୍ବଲପୁରୀ ଦିନ୍‌' ଭାବେ ପାଳନ କରାଯାଉଛି । ନାଚ, ଗୀତ, ପାରମ୍ପରିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଓ ତା ସାଙ୍ଗକୁ ସ୍ୱାଦିଷ୍ଟ ଖାଦ୍ୟପେୟରେ ମସଗୁଲ ହୋଇଥିଲେ ପଶ୍ଚିମ ଓଡ଼ିଶାବାସୀ । ସମ୍ବଲପୁର ସହିତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଆଜି ପାଳନ ହୋଇଛି ସମ୍ବଲପୁରୀ ଦିନ୍‌ ।

Today is Sambaluri Day

ସତ୍ୟନାରାୟଣ ୧୯୧୩ ମସିହାରେ ସୋନପୁରଠାରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ମିତ୍ରଭାନୁ ଓ ମାତାଙ୍କ ନାମ ବିଳାସବତୀ । ସୋନପୁରରେ ସେ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ । ଅଧିକ ପାଠର ସୁବିଧା ସୋନପୁରରେ ନଥିବାରୁ, ସେ ସମ୍ବଲପୁର ଯାଇଥିଲେ । ୧୯୩୦ ମସିହାରେ ସେ ସମ୍ବଲପୁର ଜିଲ୍ଲା ସ୍କୁଲରୁ ମାଟ୍ରିକ ପାସ କରିଥିଲେ । ୧୯୩୨ ମସିହାରେ ସେ କଟକସ୍ଥିତ 'ଶିକ୍ଷକ ତାଲିମ ବିଦ୍ୟାଳୟ'ରୁ ଶିକ୍ଷା ସମାପ୍ତ କରି ସମ୍ବଲପୁର ଜିଲ୍ଲା ସ୍କୁଲରେ ଶିକ୍ଷକତା ଆରମ୍ଭ କରିଥିଲେ । ପରେ ସେ ଘରୋଇ ଭାବରେ ବିଏ ଓ ବିଇଡ଼ି ଶିକ୍ଷାଲାଭ କରିଥିଲେ । ସେ ସମ୍ବଲପୁରୀ ଶବ୍ଦକୋଷ, ବ୍ୟାକରଣ ପୁସ୍ତକ, ଅନୁବାଦ କବିତା ଓ ଜୀବନୀ ପୁସ୍ତକ ରଚନା କରିଥିଲେ ।

କେମିତି ଥିଲା ବହିଦାରଙ୍କ ଜୀବନୀ

ବାପା ମିତ୍ରଭାନୁ ବହିଦାର ସରକାରୀ କ୍ଲର୍କ ଥିଲେ। ବହିଦାରଙ୍କୁ ମାତ୍ର ୬ ବର୍ଷ ହେଇଥିଲାବେଲେ ମା' ବିଲାସବତୀଙ୍କର ଦେହାନ୍ତ ହେଇଥିଲା।
ସୋନପୁରରେ ପ୍ରାଇମେରି ପାଠ ପଢ଼ିବା ପରେ ଉଚ୍ଚଶିକ୍ଷା ପାଇଁ ସେ ସମ୍ବଲପୁର ଆସିଥିଲେ। ଆଉ ଏଇ ସମ୍ବଲପୁର ମାଟି ତାଙ୍କ କର୍ମଭୂମି ପାଲଟି ଯାଇଥିଲା । ସମ୍ବଲପୁର ଜିଲ୍ଲା ସ୍କୁଲରେ ପଢିବା ଦିନୁ ସମ୍ବଲପୁର ଭାଷାରେ ସେ ବହୁତ୍ ସୁନ୍ଦର ଲେଖାମାନେ ଲେଖିବା ଆରମ୍ଭ କରିଥିଲେ।

ଖାଲି ସେତିକି ନୁହେଁ, ଯେଉଁ ଜିଲ୍ଲା ସ୍କୁଲରେ ସେ ପାଠ ପଢ଼ୁଥିଲେ ପରବର୍ତ୍ତୀ ସମୟରେ ସେହିଠାରେ ହିଁ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ଆଉ ସେ ସମୟରେ ଲେଖାଲେଖି ପାଇଁ ସେ ବେଶ୍ ସୁନାମ ଅର୍ଜନ କରିଥିଲେ। ଅନ୍ୟମାନଙ୍କୁ ବି ନିଜର ଭାଷାରେ ଲେଖିବା ପାଇଁ ସେ ପ୍ରୋତ୍ସାହିତ କରୁଥିଲେ।

ସମ୍ବଲପୁରୀ ବ୍ୟାକରଣ ସହିତ ଫୁଲ୍ ଚାଙ୍ଗୀର୍, ଘୁବକୁଡ୍, ଘାବଘାବୋ, ଟିକ୍ ଚହଁରା, ସମ୍ବଲପୁରୀ ଚଉକିଆ ଭଳି ଆହୁରି ଅନେକ ଲେଖା ଲେଖିଥିଲେ ସତ୍ୟନାରାୟଣ ବହିଦାର । ସମ୍ବଲପୁରୀ ଭାଷାର ପ୍ରଚାର, ପ୍ରସାର ଲାଗି ସେ ନିଜ ଜୀବନର ବହୁ ମୂଲ୍ୟ ସମୟ ଦେଇଥିଲେ । ଆଉ ତାଙ୍କର ତ୍ୟାଗ ପାଇଁ ସାରା ପଶ୍ଚିମ ଓଡ଼ିଶା ଅଗଷ୍ଟ ୧କୁ ସମ୍ବଲପୁରୀ ଦିନ ଭାବେ ପାଳନ କରି ଆସୁଛି।

ଭାଷା, ସାହିତ୍ୟ ଆଉ ସଂସ୍କୃତି ସାଙ୍ଗେ ସମ୍ବଲପୁରୀ ପୋଷାକ ପରିପାଟିର ପ୍ରଚାର ପ୍ରସାର ଏହି ଦିନର ମୁଖ୍ୟ ଉଦ୍ଦେଶ୍ୟ । ଆଜି ଦିନରେ ସମସ୍ତେ ସମ୍ବଲପୁରୀ ଡ୍ରେସ୍ ପିନ୍ଧିବା ସହିତ ପାରମ୍ପରିକ ଦୁଲଦୁଲି ବାଜାର ତାଲେ ତାଲେ ନାଚିଗାଇ ଉତ୍ସବ ପାଳନ କରୁଛନ୍ତି ।

ସମ୍ବଲପୁରୀ ଭାଷା, ସଂସ୍କୃତି, କଳା ଏବଂ ଐତିହ୍ୟ ସ୍ୱତନ୍ତ୍ର। ଏହାକୁ ଆହୁରି ପ୍ରଚାର ପ୍ରସାର କରି ଏହି ଦିବସର ଉଦ୍ଦେଶ୍ୟ। ବିଶେଷ କରି ସମ୍ବଲପୁରୀ ନୃତ୍ୟର ଆଦର ଖୁବ୍‌ ବେଶୀ। ଦେଶ ବିଦେଶରେ ଏହା ପରିଚିତ। ସମ୍ବଲପୁରୀ ଲୋକଗୀତ କାନରେ ପଡ଼ିଲେ ମତୁଆଲା ହୋଇଥାନ୍ତି ଲୋକ। ଗୀତର ତାଳେ ତାଳେ ନାଚି ଉଠେ ପାଦ। ଏହି ଦିବସରେ ସ୍ଥାନେ ସ୍ଥାନେ ଲୋକ ସମ୍ବଲପୁରୀ ନୃତ୍ୟ କରିଥାନ୍ତି।

ସମ୍ବଲପୁରୀ ସଙ୍ଗୀତରେ ଢୋଲ ,ମାଦଳ, ନିସାନ, ତାସା, ପାଖୋଜ, ବଂଶୀ, ବୀର, କାହାଳି, ଗିନି, ଏକତାରା, ମହୁରୀ, ଘୁଲଗୁଲା, ଘୁଙ୍ଗୁର, ଝାଞ୍ଜ ଇତ୍ୟାଦି ବାଦ୍ୟଯନ୍ତ୍ର ବ୍ୟବହାର ହୋଇଥାଏ। ତେଣୁ ଏଠାକାର ସଙ୍ଗୀତର ସ୍ୱତନ୍ତ୍ରତା ବାରି ହୋଇପଡ଼େ।

ସମ୍ବଲପୁରୀ ଭାଷା ଭାରି ମଧୁର

କେବଳ ଏତିକି ନୁହେଁ ସମ୍ବଲପୁରୀ ଭାଷା ମଧ୍ୟ ମଧୁର। ରାଜ୍ୟବ୍ୟାପୀ ଲୋକେ ସମ୍ବଲପୁରୀ ଭାଷାକୁ ଆଦର କରିଥାନ୍ତି। ଏଠିକାର ପର୍ବ ମଧ୍ୟ ସବୁଠୁ ନିଆରା। ଶୀତଲ ଷଷ୍ଠୀ, ନୂଆଖାଇ, ଭାଇଜୋଊତିଆ, ପୁଅଜୋଊତିଆ ଆଦି ପର୍ବ ସମ୍ବଲପୁର ବଡ଼ ପର୍ବ। ଏହି ପର୍ବକୁ ବେଶ ଧୁମଧାମରେ ପାଳନ କରିଥାନ୍ତି ସମ୍ବଲପୁରବାସୀ।

ଏହାଛଡ଼ା ସମ୍ବଲପୁରୀ ଶାଢ଼ିର ବି ସାରାଦେଶରେ ଆଦର ରହିଛି। ନାରୀମାନଙ୍କ ପ୍ରଥମ ପସନ୍ଦ ସମ୍ବଲପୁରୀ ଶାଢ଼ି କହିଲେ ମଧ୍ୟ ଭୁଲ ହେବ ନାହିଁ। ବହୁ ପୁରାତନ ସମୟରୁ ସମ୍ବଲପୁରୀ ଶାଢ଼ିର ଚାହିଦା ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+