Get Updates
Get notified of breaking news, exclusive insights, and must-see stories!

ଆଜି ସାବିତ୍ରୀ ଅମାବାସ୍ୟା:ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ କରୁଛନ୍ତି ପତ୍ନୀ

ଭୁବନେଶ୍ୱର: ଆଜି ସାବିତ୍ରୀ ଅମାବାସ୍ୟା । ସ୍ୱାମୀଙ୍କ ଦୀର୍ଘାୟୁ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ମହିଳା ମାନେ ଏହି ବ୍ରତ ପାଳନ କରିଥାନ୍ତି । ଓଡ଼ିଶା ଏବଂ ଭାରତରେ ଅନ୍ୟ କିଛି ସ୍ଥାନରେ ସଧବା ମାନେ ଏହି ପର୍ବ ପାଳନ କରିଥାନ୍ତି । ସାବିତ୍ରୀ ପୂଜା ପାଇଁ ସକାଳୁ ସକାଳୁ ବିଭିନ୍ନ ମନ୍ଦିରରେ ଦେଖିବା ପାଇଁ ମିଳୁଛି ମହିଳାଙ୍କ ଭିଡ଼ । ଚାଲିଛି ପୂଜାର୍ଚ୍ଚନା ।

ପୌରାଣିକ ମତରେ, ରାଜା ଦ୍ୱିମୋତ ସେନଙ୍କର ପୁତ୍ର ସତ୍ୟବାନଙ୍କର ପତ୍ନୀ ସାବିତ୍ରୀଙ୍କର ଏକାଗ୍ରତା, ପବିତ୍ରତା, ଧର୍ମ ଆଗରେ ହାର୍ ମାନି ଯାଇଥିଲେ ଯମରାଜା । କଠୋର ତପସ୍ୟା ଓ ପୂଜାର୍ଚ୍ଚନା କରି ସାବିତ୍ରୀ ନିଜ ସ୍ୱାମୀ ସତ୍ୟବାନଙ୍କୁ ମୃତ୍ୟୁମୁଖରୁ ଫେରାଇ ଆଣିଥିଲେ । ତେଣୁ ଜ୍ୟେଷ୍ଠ ଅମାବାସ୍ୟା ଦିନ ପ୍ରତ୍ୟକ ସଧବା ସ୍ତ୍ରୀ ମାଆ ସାବିତ୍ରୀଙ୍କ ନିକଟରେ ନିଷ୍ଠାର ସହ ପୂଜାର୍ଚ୍ଚନା କରିଥାନ୍ତି ।

sabitri brata

ତେବେ ସାବିତ୍ରୀ ପୂଜାରେ ୯ ବା ୧୧ ପ୍ରକାରରେ ଫଳମୂଳ ପୂଜାରେ ଲାଗିଥାଏ । ଆମ୍ବ, ପଣସ, କଦଳୀ, ନଡିଆ, ସପୁରୀ, ସେଓ, ଖଜୁରି ଆଦି ଫଳ ସାବିତ୍ରୀରେ ପୂଜା କରାଯାଏ । ଏହା ସହ ମହିଳା ମାନେ ନୂଆ ଶାଢୀ, ସଙ୍ଖା, ସିନ୍ଦୁର, ଫଳମୂଳ ଆଦି ନେଇ ମନ୍ଦିର ବା ଘରେ ମଧ୍ୟ ପୂଜାର୍ଚ୍ଚନା କରିଥାନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+