ଆଜି ରଜ ସଂକ୍ରାନ୍ତି, ରଜର ଦ୍ବିତୀୟ ଦିନ: ମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ
Raja Sankranti 2023: ଆଜି ରଜ ସଂକ୍ରାନ୍ତି । ତିନି ଦିନିଆ ରଜ ଉତ୍ସବର ଦ୍ବିତୀୟ ଦିନ । ରଜ ସଂକ୍ରାନ୍ତିରେ ବିଭିନ୍ନ ମନ୍ଦିରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ବିଭିନ୍ନ ଦେବା ଦେବୀଙ୍କ ପୀଠ ଦର୍ଶନ କରି ରଜର ଦ୍ବିତୀୟ ଦିନ ପାଳୁଛନ୍ତି ରାଜ୍ୟବାସୀ ।
ରଜ ପାଇଁ ଗାଁଠୁ ସହର ଚଳଚଞ୍ଚଳ । ପହିଲି ରଜରୁ ମନଭରି ଉପଭୋଗ କରିବା ପରେ ଆଜି ରଜ ସଂକ୍ରାନ୍ତି ପାଳନ କରୁଛନ୍ତି ଓଡିଶାବାସୀ । ପ୍ରଭାତରୁ ନିତ୍ୟକ୍ରମ ସାରି ରଜ ସଂକ୍ରାନ୍ତିରେ ମନ୍ଦିର ଯାଇ ଭଗବାନଙ୍କୁ ଦର୍ଶନ କରିଛନ୍ତି । ରାଜ୍ୟରେ ବିଭିନ୍ନ ମନ୍ଦିରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ଭଗବାନଙ୍କୁ ଦର୍ଶନ ପରେ ଝିଅମାନେ ସମାନ ଭାବରେ ପହିଲି ରଜ ପରେ ନୂଆ ପୋଷାକ ପିନ୍ଧି ସଜବାଜ ହୋଇ ପିଠାପଣା ଖାଇ ଦୋଳି ଖେଳି ଦ୍ବିତୀୟ ଦିନ ରଜକୁ ମଧ୍ୟ ପାଳନ କରିଛନ୍ତି ।

ସେପଟେ ଆମ୍ବତୋଟାରେ ସକାଳୁ ସକାଳୁ ଶୁଭୁଛି ରଜଗୀତ । ସହରର ବିଭିନ୍ନ ପାର୍କରେ ଦୋଳି, ପାନ ଓ ପୀଠା ଭିତରେ ରଜର ଆସର ଜମିଛି । ପରମ୍ପରା ସମ୍ପନ୍ନ ରଜଗୀତରେ ଉତ୍ସବମୁଖର ପୁରପଲ୍ଲୀ । ବିଭିନ୍ନ ସ୍ଥାନରେ ବାଜୁଛି ରଜଗୀତ, ଝିଅ ବୋହୂ ଦୋଳି ଖେଳୁଛନ୍ତି । ତା ସହିତ ପୁଚି ଖେଳ, ତାସ୍ ଖେଳ, ଲୁଡୁ ଖେଳ ସାଙ୍ଗକୁ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି । ବିଭିନ୍ନ ସ୍ଥାନରେ ଅନେକ ପ୍ରକାରର ପାରମ୍ପରିକ ପିଠା, ମିଠା, ପାନ ଏବଂ ଖାଦ୍ୟର ଧାଡି ଧାଡି ଷ୍ଟଲ ଲାଗିଛି । କିଛି କିଛି ପାର୍କରେ ମଧ୍ୟ ଲାଗିଛି ରଜଦୋଳି । ସକାଳୁ ସକାଳୁ ପାର୍କରେ ରଜ ଦୋଳି ଖେଳର ମଜା ନେଉଛନ୍ତି ।












Click it and Unblock the Notifications