ଆଜି ପବିତ୍ର ଦୋଳ ପୂର୍ଣ୍ଣିମା, କାଲି ରଙ୍ଗର ପର୍ବ ହୋଲି, ଗାଁ ବୁଲୁଛନ୍ତି ଠାକୁର

ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟରୁ ଦୋଳଯାତ୍ରା ଅନ୍ୟତମ । ସେଥିପାଇଁ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଅନୁଷ୍ଠିତ ହେବ ସୁନାବେଶ l ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ମଣି ବିମାନରେ ଦୋଳବେଦୀକୁ ବିଜେ କରିବା ସହ ଭକ୍ତଙ୍କ ସହିତ ଅବିର ଓ ଫଗୁ ଲାଗି କରାଯିବ। । ଏନେଇ ଦୋଳ ବେଦି କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରାଯାଉଛି । ସେପଟେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି l

Dola Purnima

ଏହି ଦିନ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ମଣି ବିମାନରେ ଦୋଳବେଦୀକୁ ବିଜେ କରିବା ସହ ଭକ୍ତଙ୍କ ସହିତ ଫଗୁ ଓ ଅବିର ଖେଳିଥାନ୍ତି l ଦୋଳବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମହାପୁଣ୍ୟ ମିଳେ ବୋଲି ବର୍ଣ୍ଣିତ ରହିଛି । ଦୋଳପୂର୍ଣ୍ଣିମା ପାଇଁ ରାତ୍ର ୩ ରୁ ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଛି l

୪ ଟା ସୁଦ୍ଧା ମଙ୍ଗଳ ଆଳତି ହେବା ପରେ ସକାଳ ୮ ରୁ ୯ ଟା ସୁଦ୍ଧା ହେବ ରାଜାଧିରାଜବେଶ । ୧୦ ଟା ୩୫ ସୁଦ୍ଧା ହେବ ରାଜାଧିରାଜ ବେଶ ମଇଲମ ବା ଓଲାଗି ହେବ। ଅପରାହ୍ନ ୧୨ ଟା ୩୦ ସୁଦ୍ଧା ଦୋଳବେଦୀକୁ ବିମାନ ବିଜେ କରିବେ ଦୋଳଗୋବିନ୍ଦ l ଦୋଳପୂର୍ଣ୍ଣିମାରେ ରାତ୍ର ୩ ଟା ୪୫ ସୁଦ୍ଧା ରାତ୍ର ପହଡ ପାଇଁ ନୀତି ନିର୍ଘଣ୍ଟ କରାଯାଇଛି । ଶ୍ରୀମନ୍ଦିରରେ ସୁନା ବେଶ ଦର୍ଶନ ନେଇ ଦୋଳ ପୂର୍ଣ୍ଣିମାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଆଶଙ୍କା ରହିଛି l ସେହିପରି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳ ବେଦୀ କୁ ଆସିବ ପରେ ବାହାର ଓ ଭିତର ପ୍ରଦକ୍ଷଣ କରିବା ସହ ଦୋଳବେଦୀରେ ବିଜେ କରିଥାନ୍ତି l

ଏହି ସମୟରେ ଭକ୍ତମାନେ ଯେଭଳି ସୁରୁଖୁରୁରେ ଏବଂ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି l କେଉଁ ଆବାହନ କାଳରୁ ସଂସ୍କୃତି ଓ ପରମ୍ପରାକୁ ବହନ କରୁଛି ଲକ୍ଷ୍ମୀନୃସିଂହ ନାଥ ଦୋଳ ମେଲଣ । ପ୍ରଭୁ ନୃସିଂହ ନାଥ ବିମାନରେ ବିଜେହୋଇ ସାରିବା ପରେ ହଜାର ହଜାର ଭକ୍ତ ପ୍ରଭୁ ନୃସିଂହନାଥଙ୍କୁ ପାଛୋଟି ନେବା ପାଇଁ ଧାଇଁ ଆସନ୍ତି । ଗାଁ ଭ୍ରମଣରେ ସମୟରେ ମୃଦଙ୍ଗ, ଝାଞ୍ଜ,ଶଙ୍ଖ ଧ୍ୱନୀ ସହ ଫଗୁ ଖେଳରେ ରେ ଗାଁ ଦାଣ୍ଡ ପ୍ରକମ୍ପିତ ହୋଇ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥାଏ । ଆଉ ସେ ସମୟରେ ଗାଁ ଦାଣ୍ଡ ପାଲଟି ଯାଏ ଦ୍ୱିତୀୟ ଶ୍ରୀକ୍ଷେତ୍ର ।

ସେହିପରି କେଉଁ ଆବାହନ କାଳରୁ ସଂସ୍କୃତି ଓ ପରମ୍ପରାକୁ ବହନ କରି ଲକ୍ଷ୍ମୀନୃସିଂହ ନାଥଙ୍କ ମେଲଣ ଅନୁଷ୍ଠିତ ହୋଇଥାଏ କଟକ ଜିଲ୍ଲା ସାଲେପୁରର ପୂର୍ଵକଛ ଗାଁରେ। ଲକ୍ଷ୍ମୀନୃସିଂହନାଥ ବିମାନରେ ବିରାଜମାନ ହୋଇ ହଜାର ହଜାର ଭକ୍ତଙ୍କ ଗହଣରେ ଗାଁ ଦାଣ୍ଡ ଭ୍ରମଣରେ ଯିବାବେଳେ ମୃଦଙ୍ଗ, ଝାଞ୍ଜ, ଶଙ୍ଖ ଧ୍ୱନୀ ରେ ଗାଁ ଦଣ୍ଡ ପ୍ରକମ୍ପିତ ହେବା ସହ ଭକ୍ତ ଭଗବାନଙ୍କ ମଧ୍ୟରେ ଫଗୁ ଖେଳର ଏଭଳି ଦୃଶ୍ୟ ଯିଏ ଦେଖୁଛି ସିଏ ଧନ୍ୟ ହୋଇ ଯାଉଛି ।

ଦୋଳ ଦଶମୀ ଠାରୁ ଦୋଳ ପୂର୍ଣ୍ଣିମା ପର୍ଯ୍ୟନ୍ତ ଲକ୍ଷ୍ମୀନୃସିଂହନାଥ ଗାଁ ଭ୍ରମଣରେ ବିମାନରେ ଯାଇଥାନ୍ତି। ରାଜାରାଜୁଡା ଶାସନ ସମୟରେ ଐତିହାସିକ ଦୋଳ କୋଠ ମେଳଣ ଅନୁଷ୍ଠିତ ହୋଇଯାଇଛି। ରାଜକୀୟ ରୀତିନୀତି ପରମ୍ପରା ରୀତିନୀତି ଅନୁସାରେ ଏହି ଐତିହାସିକ ଦୋଳ ମେଳଣ ଅନୁଷ୍ଠିତ ହୋଇଛି। କନିକା ରାଜାରାଜୁଡା ସମୟର ସର୍ବପୁରାତନ ଏବଂ ସର୍ବ ବୃହତ ଦୋଳ ବିମାନ ।

୨୦ଜଣ ଲୋକ ଏହାକୁ ନିଜ କାନ୍ଧରେ ବୋହି ନେଇଥାନ୍ତି। ଇତିହାସରୁ ଜଣାଯାଏ କନିକାର ୨୯ତମ ରାଜା ଜଗନ୍ନାଥ ଭଞ୍ଜ ଦେବଙ୍କ ଭାଇ ହରିହର ଭଞ୍ଜ ଦେବ କନିକା ରାଜାଙ୍କ ଶାସିତ ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଞ୍ଚଳରେ ଘରୁ ଅଭିମାନ କରି ଘଣ୍ଟେଶ୍ୱର ଅଂଚଳରେ ନିଜର ଏକ ଛୋଟ ନଅର ତୋଳି ଥିଲେ । ଏବଂ ୧୮୪୫ମସିହାରେ କାଳିଆ କାହ୍ନୁ ଏବଂ ରାଧା ଗୋବିନ୍ଦଙ୍କ ଦୋଳ ମେଳଣ ଆୟୋଜନ କରି ଥିଲେ । ଯାହା ଏପର୍ଯ୍ୟନ୍ତ ତାଙ୍କ ନିର୍ଦେଶ ଏବଂ ରାଜକୀୟ ନୀତିରେ କୋଠ ମେଳଣ ପାଳିତ ହେଉଛି। ସମସ୍ତ ଠାକୁର ବଡ଼ିଆ ଏହି ମେଳଣ ରେ ଯୋଗଦାନ କରି ପରମ୍ପରା ବଜାଇ ଆସିଛନ୍ତି ।

ସେହିପରି ବାଲେଶ୍ବରରେ ମଧ୍ୟ ଦୋଳପୂର୍ଣ୍ଣିମା ପାଇଁ ସବୁଠି ଚଳଚଚଂଳ ଦେଖିବାକୁ ମିଳିଛି । ବାଡି ଖେଳ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସେପଟେ ହୋଲି ଓ ଦୋଳପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ଭଦ୍ରକରେ କଟକଣା ଜାରି ହୋଇଛି । ଆଜି ଓ କାଲି ଛୁଟି ସବୁ ସରକାରୀ ଅଧିକାରୀଙ୍କ ବାତିଲ କରାଯାଇଛି । ସାମ୍ପ୍ରଦାୟିକ ଦଙ୍ଗା ଓ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଜିଲ୍ଲାପାଳ ଏପରି ନିଷ୍ପତ୍ତି ନେଇଛନ୍ତି । ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରିଛନ୍ତି ଭଦ୍ରକ ଜିଲ୍ଲାପାଳ । ଆଜି ଦୋଳ ପୂର୍ଣ୍ଣିମା ଏବଂ ତା ପରଦିନ ରଙ୍ଗର ପର୍ବ ହୋଲି ।

୧୪ରୁ ୧୬ ତାରିଖ ଯାଏଁ ଛୁଟି ରହିଛି । ତେବେ ଭଦ୍ରକରେ ସାମ୍ପ୍ରଦାୟିକ ଓ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା କରି ଜିଲ୍ଲାପାଳ ଛୁଟି ବାତିଲ କରିଛନ୍ତି । ବରିଷ୍ଠ ଅଧିକାରୀ ମାନଙ୍କ ଅନୁପସ୍ଥିତିରେ ତ୍ବରିତ ପଦକ୍ଷେପ ନେବା ସମ୍ଭବ ନୁହେଁ । ତେଣୁ ସମସ୍ତଙ୍କୁ ଭଦ୍ରକ ଜିଲ୍ଲା ହେଡକ୍ବାର୍ଟର ନ ଛାଡିବାକୁ ଜିଲ୍ଲାପାଳ ଚିଠି କରିଛନ୍ତି। ସେହିପରି ସାରାଦେଶରେ ମଧ୍ୟ ହୋଲିର ମାହୋଲ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+