Odia Journalism Day: ଆଜି ଓଡ଼ିଆ ସାମ୍ବାଦିକତା ଦିବସ, 'ଉତ୍କଳ ଦୀପିକା' ପ୍ରଥମ ମୁଦ୍ରିତ ଓଡ଼ିଆ ସମ୍ବାଦପତ୍ର

ଓଡ଼ିଶାର ସାମ୍ବାଦିକଙ୍କ ପାଇଁ ଏକ ବଡ଼ ଦିନ । ଆଜି ଓଡ଼ିଆ ସାମ୍ବାଦିକତା ଦିବସ । ପ୍ରତିବର୍ଷ ଅଗଷ୍ଟ ୪ ତାରିଖକୁ ଓଡ଼ିଶା ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି । ଏହି ଦିନ ଜନ୍ମ ନେଇଥିଲା ଓଡ଼ିଶାର ପ୍ରଥମ ମୁଦ୍ରିତ ଓଡ଼ିଆ ସମ୍ବାଦପତ୍ର 'ଉତ୍କଳ ଦୀପିକା'।

୧୮୬୬ ମସିହା ଅଗଷ୍ଟ ୪ ତାରିଖ ଦିନ କର୍ମବୀର ଗୌରୀଶଙ୍କର ରାୟ ଓ ବାବୁ ବିଚିତ୍ରାନନ୍ଦ ଦାସଙ୍କ ମିଳିତ ସହଯୋଗରେ ଏକ ସାପ୍ତାହିକ ଖବର କାଗଜ ଭାବେ ଉତ୍କଳ ଦୀପିକା ମୁଦ୍ରିତ ହୋଇଥିଲା। ପ୍ରକାଶନ ଆରମ୍ଭ ଦିନ ଠାରୁ ୧୯୧୭ ମସିହା ଯାଏଁ ଏହାର ସମ୍ପାଦକ ଦାୟିତ୍ୱରେ ଥିଲେ ଗୌରୀଶଙ୍କର ରାୟ। ତାଙ୍କ ଅନ୍ତେ ନୀଳମଣି ବିଦ୍ୟାରତ୍ନ ଏହି ଦାୟିତ୍ୱକୁ ଅତି ନିଷ୍ଠାର ସହ ତୁଲାଇଥିଲେ।

ଓଡ଼ିଆ ଭାଷାକୁ ସର୍ବସମ୍ମୁଖରେ ଉପସ୍ଥାପନ କରିବା ସହ ଓଡ଼ିଶାର ପ୍ରତିଟି ସୁଖ ଦୁଃଖକୁ ଲୋକଙ୍କ ନିକଟରେ ପହଞ୍ଚାଇବା କାମ କରିଥିଲା ଉତ୍କଳ ଦୀପିକା। ନ'ଅଙ୍କ ଦୁର୍ଭିକ୍ଷ ହେଉ କି ଓଡ଼ିଆ ଭାଷା ଆନ୍ଦୋଳନ, ପ୍ରତିଟି ଖବରକୁ ନିରପେକ୍ଷ ଭାବେ ପ୍ରଚାର ପ୍ରସାର କରିବା ଥିଲା ଉତ୍କଳ ଦୀପିକାର ମୁଖ୍ୟ ଲକ୍ଷ୍ୟ। ସମ୍ବାଦପତ୍ର ଜଗତରେ ଏକ ନୂଆ ଆହ୍ଵାନ ଥିଲା ଉତ୍କଳ ଦୀପିକା।

Odia Journalism Day
ବିଭିନ୍ନ ସାମାଜିକ ପ୍ରସଙ୍ଗ ଉପରେ ଜନମତ ସୃଷ୍ଟି କରିବାରେ ଉତ୍କଳ ଦୀପିକାର ଥିଲା ପ୍ରଧାନ ଭୂମିକା। ଉତ୍କଳ ଦୀପିକା ମାଧ୍ୟମରେ ହିଁ ଅନେକ ସମସ୍ୟାର ସମାଧାନ ହୋଇପାରିଛି। ଗଣମାଧ୍ୟମ କିଭଳି ଭାବେ ଦାୟିତ୍ୱ ନେଇ ସମାଜକୁ ସୁଧାରିପାରେ ତାହା ଉତ୍କଳ ଦୀପିକା ହିଁ ପ୍ରଥମେ ଶିଖାଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ନାନା ସମସ୍ୟା ଯୋଗୁ ୧୯୩୬ ମସିହାରେ ଏହାର ପ୍ରକାଶନ ବନ୍ଦ ହୋଇଥିଲା। ଏଥିସହ ନିରବି ଯାଇଥିଲା ପ୍ରଥମ ଓଡ଼ିଶା ସମ୍ବାଦପତ୍ରର ସ୍ୱର।

ହିକି 'ବେଙ୍ଗଲ୍ ଗେଜେଟ୍‌' ପ୍ରକାଶ କରିଥିଲେ ଜାନୁଆରୀ ୨୯, ୧୭୮୦ ମସିହାରେ । ସେଇ ଦିନଟିକୁ ଆମେ 'ଭାରତୀୟ ଖବରକାଗଜ ଦିବସ' ବୋଲି ପାଳନ କରୁ । ସାରା ଭାରତରେ ଏହା ପାଳନ କରାଯାଏ । ସେମିତି ଅଲଗା ଭାଷାରେ ବି ନିଜସ୍ୱ ଖବରକାଗଜ ଦିବସ ବା ସାମ୍ବାଦିକତା ଦିବସ ରହିଛି । ପ୍ରତିବର୍ଷ ମଇ ମାସ ୩୦ ତାରିଖକୁ 'ହିନ୍ଦୀ ପତ୍ରକାରିତା ଦିବସ' ଭାବେ ପାଳନ କରାଯାଏ । ୧୮୨୬ ମସିହା ମଇ ୩୦ ତାରିଖରେ ପ୍ରଥମ ହିନ୍ଦୀ ଖବରକାଗଜ 'ଉଦଣ୍ଡ ମାର୍ତ୍ତଣ୍ଡ' ପ୍ରକାଶନ ଆରମ୍ଭ ହୋଇଥିଲା ।

ସେହିପରି ୬ ଜାନୁଆରୀ, ୧୯୩୨ ମସିହାରେ ପ୍ରଥମ ମରାଠୀ ଖବରକାଗଜ 'ଦର୍ପଣ' ପ୍ରକାଶ ପାଇଥିଲା । ସେହିଦିନଟି ମରାଠୀ ସାମ୍ବାଦିକତା ଦିବସ ଭାବେ ପାଳିତ ହୁଏ । କୋଙ୍କଣୀ ସାମ୍ବାଦିକତା ଦିବସ ପାଳନ କରାଯାଏ ଫେବୃୟାରୀ ମାସ ୨ ତାରିଖରେ । ଆମେ ବି ଆଗୁଆ ଯାତ୍ରା ଆରମ୍ଭ କରିଥିଲେ ବି ଇତିହାସର ସେଇ ପହିଲି ଦିନଟିକୁ ପାସୋରି ଦେଇଛୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+