ଆଜି ଜନ୍ମବେଦୀରେ ମହାପ୍ରଭୁଙ୍କ ଶେଷ ସନ୍ଧ୍ୟା ଦର୍ଶନ

ଆଜି ଜନ୍ମବେଦିରେ ମହାପ୍ରଭୁଙ୍କ ଶେଷ ସନ୍ଧ୍ୟା ଦର୍ଶନ। ଜନ୍ମବେଦିରେ ଏ ବର୍ଷର ଶେଷ ଦର୍ଶନ ଦେଇମହାପ୍ରଭୁ ବାହୁଡ଼ା ଯାତ୍ରାରେ ବାହାରିବେ। ଚଳିତବର୍ଷ କରୋନା କଟକଣା ପାଇଁ ବିନା ଭକ୍ତରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ନୀତି ଅନୁଷ୍ଠିତ ହେବ।

ପୁରୀ: ଆଜି ଜନ୍ମବେଦିରେ ମହାପ୍ରଭୁଙ୍କ ଶେଷ ସନ୍ଧ୍ୟା ଦର୍ଶନ। ଜନ୍ମବେଦିରେ ଏ ବର୍ଷର ଶେଷ ଦର୍ଶନ ଦେଇମହାପ୍ରଭୁ ବାହୁଡ଼ା ଯାତ୍ରାରେ ବାହାରିବେ। ଚଳିତବର୍ଷ କରୋନା କଟକଣା ପାଇଁ ବିନା ଭକ୍ତରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ନୀତି ଅନୁଷ୍ଠିତ ହେବ।

Sandhya Darshana

ସନ୍ଧ୍ୟା ଦର୍ଶନ ନୀତିକୁ ରାତି ୧୦ଟା ଭିତରେ ଶେଷ କରି ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାର ପ୍ରସ୍ତୁତି ପର୍ବ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ରାତି ୧୦ଟାରେ ପହୁଡ଼ ଆଳତି ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାହୁଟ କଣ୍ଟ, ଚାରବନ୍ଧା, କୁସୁମିଲାଗି ନୀତି ଅନୁଷ୍ଠିତ ହେବ ।

ଆସନ୍ତକାଲି ମଧ୍ୟାହ୍ନ ୧୨ଟାରେ ରଥଟଣା

ଆଜି ସନ୍ଧ୍ୟା ୫ ଟାରେ ସନ୍ଧ୍ୟା ଆଳତି, ସାଢ଼େ ୫ଟାରୁ ୭ଟା ସନ୍ଧ୍ୟା ଧୂପ, ୫ଟା ୪୫ରୁ ସାଢ଼େ ୭ଟା ଭିତରେ ତୃତୀୟ ଭୋଗମଣ୍ଡପ ପରେ ରାତି ୮ଟାରେ ରାହାସକୁ ଦିଅଁ ବିଜେ କରିବେ। ୮ଟା ୧୫ରେ ମଇଲମ, ସାଢ଼େ ୮ଟାରେ ଚନ୍ଦନଲାଗି, ୯ଟାରେ ବଡ଼ସିଂହାର ବେଶ, ସାଢ଼େ ୯ଟାରେ ବଡ଼ସିଂହାର ଭୋଗ ପରେ ରାତି ୧୦ଟାରେ ପହୁଡ଼ ଆଳତି ଅନୁଷ୍ଠିତ ହେବ। ରାତି ୧୦ଟା ୧୫ରେ ଶ୍ରୀମୁଖ ଖଣ୍ଡୁଆ, ସାଢ଼େ ୧୦ଟାରେ ବାହୁଟକଣ୍ଟ, ରାତି ୧୧ରୁ ୨ଟା ଚାରବନ୍ଧା, ରାତି ସାଢ଼େ ୨ଟାରୁ ସାଢ଼େ ୩ଟାରେ ଭିତରେ କୁସୁମିଲାଗି ନୀତି ସମ୍ପନ୍ନ ହେବ । ଆସନ୍ତାକାଲି ବାହୁଡ଼ା ନୀତି ଶେଷ ପରେ ମଧ୍ୟାହ୍ନ ୧୨ଟାରେ ରଥଟଣା ଆରମ୍ଭ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+