ଆଜି ବିଶ୍ୱ ଦହିବରା ଆଳୁଦମ ଦିବସ; ଓଡ଼ିଶାକୁ ବିଶ୍ୱସ୍ତରରେ ଗର୍ବିତ କରିଛି କଟକର ଆଳୁଦମ ଓ ଦହିବରା
ଦହିବରା ପ୍ରତି ଓଡ଼ିଆର ପ୍ରିୟ ଖାଦ୍ୟ । ଆଳୁଦମ ଓ ଦହିବରା ଥରେ ଖାଇଦେଲେ ପେଟ ଫୁଲ ହୋଇଯାଏ । ଆଜି ବିଶ୍ବ ଦହିବରା ଆଳୁଦମ ଦିବସ। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ଚାଲିଛି ଏହି ଦିବସ । ଲୋକେ ଦହିବରା ଆଳୁଦମ ଖାଇ ଏହି ଦିବସ ମନାଉଛନ୍ତି ।
ଦହିବରା ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ । ଯାହା ବରାକୁ ଦହିରେ ପକାଇ ତିଆରି କରାଯାଇଥାଏ । ଓଡ଼ିଶା ବାଦ ଏହା ଦକ୍ଷିଣ ଭାରତରେ ଖୁବ ଜଣାଶୁଣା ଓ ଭାରତର ବାକି ଅଞ୍ଚଳରେ ମଧ୍ୟ ଖିଆଯାଇଥାଏ । ଓଡ଼ିଶାର କଟକ ସହର ଦହିବରା ପାଇଁ ଖ୍ୟାତିଲାଭ କରିଛି ।
ଦହିବରା-ଆଳୁଦମ ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ । ଯାହା ଦହିବରାକୁ ଆଳୁଦମ ଓ ଘୁଗୁନି ସହିତ ମିଶାଇ ତିଆରି କରାଯାଇଥାଏ । ଓଡ଼ିଶାର କଟକ ସହର ଦହିବରା-ଆଳୁଦମ ପାଇଁ ଖ୍ୟାତିଲାଭ କରିଛି ।

ଦହିବରାରୁ ପାଣି ନିଗାଡ଼ି ସେଥିରେ ଆଳୁଦମ ମିଶାଯାଇଥାଏ । ତାହା ଉପରେ ଅଳ୍ପ ଘୁଗୁନି, ସେଓ, ଧଣିଆ ପତ୍ର, ଲଙ୍କା, ପିଆଜ ଆଦିରେ ସଜାଇ ପରସାଯାଇଥାଏ । ଦହିପାଣିରେ ଡୁବିଥିବା ବରା ସାଙ୍ଗକୁ ଆଳୁଦମ, ପିଆଜ ଆଉ ସେଓ। ଫିକା ହଳଦିଆ ବରା ସାଙ୍ଗରୁ ଯିଏ ଖାଇଛି ସିଏ ଜାଣିଛି । କଟକର ଗଳିକନ୍ଦିରୁ ବାହାରି ବିଶ୍ବ ସ୍ତରରେ ଓଡିଆଙ୍କୁ ଗର୍ବିତ କରିଛି ଦହିବରା ଆଳୁଦମ୍।
ବରାକୁ ଛଣାହେବା ପରେ କିଛି ସମୟ ଦହି ମିଶା ଲୁଣ ପାଣିରେ ପାଣିରେ ପକାଇ ଦିଆଯାଇଥାଏ । ବରା ସବୁ ପାଣିରେ ଭିଜିଗଲେ ସେଥିରେ ଦହି ମିଶାଯାଇଥାଏ । ଏହା ଉପରେ ଭୃଷୁଙ୍ଗା ପତ୍ରକୁ ଭାଜି ଧଣିଆ ପତ୍ର, ଲଙ୍କା, ପିଆଜ ଆଦିରେ ସଜାଇ ପରଷାଯାଇଥାଏ । ଓଡ଼ିଶାର କଟକର ଦହିବରା-ଆଳୁଦମ ଖୁବ ପ୍ରସିଦ୍ଧ ।
ଏହା ଏକ ଜଳଖିଆ ଭାବରେ ପରଷାଯାଇଥାଏ । ଅନେକ ବିବାହ ଓ ପୂଜା ପାର୍ବଣ ଓ ଉତ୍ସବରେ ମଧ୍ୟ ଏହା ପରଷାଯାଇଥାଏ ।












Click it and Unblock the Notifications