ଆଜି ପବିତ୍ର ଗୋପାଷ୍ଟମୀ; କେମିତି ପାଳିବା ଗୋପାଷ୍ଟମୀ?

ଆଜି ପବିତ୍ର ଗୋପାଷ୍ଟମୀ । କାର୍ତ୍ତିକ ମାସ ଶୁକ୍ଲପକ୍ଷ ଅଷ୍ଟମୀ ତିଥିକୁ ଗୋପାଷ୍ଟମୀ ବା ଗୋଷ୍ଠାଷ୍ଟମୀ ବୋଲି କୁହାଯାଏ । ଏହି ଦିନ ଗାଈଙ୍କୁ ପୂଜା କରାଯାଇଥାଏ | ଏହି ଦିନ ଗାଈ ଏବଂ କୃଷ୍ଣଙ୍କ ପୂଜା କଲେ ଧନ ଏବଂ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ | ବିଶ୍ୱାସ ରହିଛି ଯେ, ଏହି ଦିନ ଭଗବାନ ଶ୍ରୀ କୃଷ୍ଣ ପ୍ରଥମଥର ପାଇଁ ଗାଈ ଚରେଇଥିଲେ |

ମାଆ ଯଶୋଦା ଶ୍ରୀ କୃଷ୍ଣଙ୍କୁ ବହୁତ ସ୍ନେହ କରୁଥିବାରୁ ତାଙ୍କୁ ଗାଈ ଚରେଇବାକୁ ଯିବା ପାଇଁ ବାରଣ କରୁଥିଲେ | ଦିନେ ଶ୍ରୀ କୃଷ୍ଣ ଗାଈ ଚରେଇଯିବାକୁ ମାଆ ଯଶୋଦାଙ୍କ ପାଖେ ବହୁତ ଜିଦ୍ କଲେ | ତାଙ୍କ କଥାରେ ରାଜି ହୋଇ ମାଆ ଯଶୋଦା ରୁଷି ଶାଣ୍ଡିଲ୍ୟଙ୍କୁ କହି ଏକ ଶୁଭ ଲଗ୍ନ ବାହାର କରିଥିଲେ ଏବଂ ପୂଜା କରିବା ପରେ ଶ୍ରୀ କୃଷ୍ଣଙ୍କୁ ଗାଈଙ୍କୁ ଚରେଇବା ପାଇଁ ପଠାଇଥିଲେ | ସେହିଦିନ ଠାରୁ ଗୋପାଷ୍ଟମୀରେ ଗାଈ ପୂଜା ପାଆନ୍ତି |

ପୁରାଣରେ ଥିବା ମାନ୍ୟତା ଅନୁଯାୟୀ, କାର୍ତ୍ତିକ ଶୁକ୍ଳ ପକ୍ଷ ପ୍ରତିପଦାଠାରୁ ସପ୍ତମୀ ପର୍ଯ୍ୟନ୍ତ ଗାଈ, ଗୋପ ଏବଂ ଗୋପୀମାନଙ୍କ ରକ୍ଷା ନିମନ୍ତେ ଭଗବାନ କୃଷ୍ଣ ଗୋବର୍ଦ୍ଧନ ପର୍ବତ ତୋଳି ଧରିଥିଲେ । ଅଷ୍ଟମ ଦିନ ଦେବରାଜ ଇନ୍ଦ୍ରଙ୍କ ଅହଙ୍କାର ଭଙ୍ଗ ହୋଇଥିଲା । ସେ ଭଗବାନ କୃଷ୍ଣଙ୍କ ଶରଣ ପଶିଥିଲେ । ଗୋମାତା କାମଧେନୁ ଭଗବାନ ଶ୍ରୀ କୃଷ୍ଣଙ୍କ ଅଭିଷେକ କରିଥିଲେ । ସେହିଦିନଠାରୁ ଶ୍ରୀକୃଷ୍ଣଙ୍କ ନାମ 'ଗୋବିନ୍ଦ' ହୋଇଥିଲା l ହିନ୍ଦୁ ଧର୍ମ ଅନୁସାରେ ଗାଈଙ୍କ ଭିତରେ ୩୩ କୋଟି ଦେବତା ଥିବା ବିଶ୍ୱାସ କରାଯାଏ | ଫଳରେ ଗାଈଙ୍କୁ ପୂଜା କଲେ ସବୁ ଦେବାଦେବୀ ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ ରହିଛି |

Today is holy Gopashtami

'ଗୋ' ଶବ୍ଦର ଅନେକ ଅର୍ଥ ଅଛି । ଯଥା- ଗୋବଂଶ, ପୃଥିବୀ, ଦିଗ, ବାଣୀ, ଇନ୍ଦ୍ରିୟ, ଦୃଷ୍ଟି, କିରଣ, ଜଳ, ଚନ୍ଦ୍ର ଓ ଆହୁରି ଅନେକ । ସୃଷ୍ଟିର ସବୁଠାରୁ ଉପକାରୀ ପ୍ରାଣୀ ଗୋମାତା । ଦ୍ୱାପର ଯୁଗରେ ସ୍ୱୟଂ ଭଗବାନ କୃଷ୍ଣ ଗୋପାଳ ଭାବରେ ଅବତାର ନେଇ ଗୋ-ମହିମାକୁ ପ୍ରଚାର କରିଛନ୍ତି । ଭାରତୀୟ ଧର୍ମ ଶାସ୍ତ୍ରରେ ଗୋ-ମହିମା ଓ ଉପାସନାର ବର୍ଣ୍ଣନା କରାଯାଇଛି । ବୈଦିକ କାଳରୁ ଋଷି, ମୁନିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସଭିଏଁ ନିଜର ଭରଣ ପୋଷଣ ନିମନ୍ତେ ମୁଖ୍ୟତଃ କୃଷି ଓ ଗୋ-ପାଳନ ଉପରେ ନିର୍ଭର କରୁଥିଲେ । ଗାଈ ଠାରୁ ଦୁଗ୍ଧ ଆଦି ପଞ୍ଚଗବ୍ୟ(କ୍ଷୀର, ଘିଅ, ଦହି, ଗୋବର ଓ ଗୋମୂତ୍ର) ମିଳୁଥିବା ବେଳେ ବଳଦ ଚାଷ ଓ ପରିବହନରେ ସାହାଯ୍ୟ କରିଥାଏ । ତେଣୁ ଗୋଜାତିକୁ ଗୋସମ୍ପଦ ବୋଲି କୁହାଯାଏ ।

ll ଗୋପାଷ୍ଟମିରେ କେମିତି କରାଯାଏ ଗାଈଙ୍କ ପୂଜା ll

୧. ବ୍ରହ୍ମ ମୁହୂର୍ତ୍ତରେ ଗୋମାତା ଏବଂ ବାଛୁରୀଙ୍କୁ ସ୍ନାନ କରାଯାଏ | ଏହାପରେ ଗୋମାତାଙ୍କୁ ସଜାଯାଇଥାଏ | ଗୋମାତା ଗୋଡରେ ଘୁଙ୍ଗୁରୁ ପିନ୍ଧାଯିବା ସହ ଅନ୍ୟାନ୍ୟ ଆଭୂଷଣ ପିନ୍ଧାଯାଇଥାଏ |

୨. ଗାଈ ସିଙ୍ଗରେ ନାଲି ଓଢଣୀ ବନ୍ଧାଯାଏ | ଏହାପରେ ଗୋମାତାଙ୍କୁ ପରିକ୍ରମା କରି ତାଙ୍କୁ ବାହାରକୁ ନିଆଯାଏ ଏବଂ କିଛି ବାଟ ଗୋମାତାଙ୍କ ସହ ଚାଲିବାକୁ ହୁଏ |

୩. ଗୋପାଷ୍ଟମୀ ଦିନ ଗାଈ ଚାରାଳୀଙ୍କୁ ଦାନ କରିବା ଉଚିତ | ଗୋପାଷ୍ଟମୀ ସନ୍ଧ୍ୟାରେ ଗୋମାତା ଗୋଠରୁ ଫେରିବା ପରେ ପୁଣି ଥରେ ତାଙ୍କର ବନ୍ଦାପନା କରି ପୂଜା କରାଯାଇଥାଏ | ଏହି ଦିନ ଗୋମାତାଙ୍କୁ ସବୁଜ ଚାରା, ସବୁଜ ମଟର ଏବଂ ଗୁଡ଼ ଖାଇବାକୁ ଦିଆଯାଇଥାଏ |

୪. ଯେଉଁମାନଙ୍କ ଘରେ ଗାଈ ନଥାନ୍ତି ସେମାନେ ଗୋଶାଳା ଯାଇ ଗୋମାତାଙ୍କ ପୂଜା କରନ୍ତି | ତାଙ୍କୁ ଗଙ୍ଗାଜଳ, ଫୁଲ, ଧୂପ ଦେଇ ପୂଜା କରି ଗୁଡ଼ ଖୁଆଇଥାନ୍ତି |

୫. ଗୋପାଷ୍ଟମୀରେ ଗୋମାତାଙ୍କ ପୂଜା କଲେ ଭଗବାନ କୃଷ୍ଣ ବହୁତ ପ୍ରସନ୍ନ ହୋଇଥାନ୍ତି |

୬. ଗୋ ସେବା କରୁଥିବା ବ୍ୟକ୍ତିଙ୍କ ଜୀବନରେ ସଦା ସର୍ବଦା ଧନ ଏବଂ ଖୁସି ଭରି ରହିଥାଏ ବୋଲି ବିଶ୍ୱାସ ରହିଛି | ତେଣୁ ଗୋମାତାଙ୍କ ପୂଜା କରିବ ଉଚିତ |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+