ଆଜି ରଙ୍ଗର ଉତ୍ସବ ହୋଲି, ସାରା ଦେଶରେ ଉତ୍ସବର ମାହୋଲ୍

ଆଜି ହେଉଛି ହୋଲି। ରଙ୍ଗର ପର୍ବ, ଖୁସି, ଉତ୍ସାହର ଦିନ। ରଙ୍ଗର ଏହି ପର୍ବକୁ ନେଇ ଗାଁଠୁ ସହର ସବୁଠି ଉତ୍ସବ ମୁଖର। ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ। ସବୁଠି ହୋଲି ପର୍ବର ଉତ୍ସବ ଦେଖିବାକୁ ମିଳୁଛି । ସାଧାରଣ ଲୋକଙ୍କଠୁ ନେଇ ସେଲିବ୍ରେଟି ସମସ୍ତେ ଏହି ଖୁସି, ଉଲ୍ଲାସ, ଉତ୍ସାହର ପର୍ବକୁ ବେଶ ଧୁମଧାମ ସହ ପାଳିଥାଆନ୍ତି। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପରସ୍ପର ପରସ୍ପରକୁ ଅବିର ଲଗାଇ ହୋଲିର ଶୁଭେଛା ଜଣାଉଛନ୍ତି ସମସ୍ତେ। ସାରା ଦେଶ ପାଳନ କରୁଛି ରଙ୍ଗର ପର୍ବ। ଏହି ଦିନ ସବୁ ବାଦବିବାଦକୁ ଭୁଲି ସମସ୍ତେ ପରସ୍ପରକୁ ଅବିର ଲଗାଇ ସବୁ ରାଗରୁଷା ଭୁଲି ଯାଇଛନ୍ତି।

Holi

ଅନ୍ୟପେଟ ହୋଲି ପର୍ବ ଅବସରରେ ଅଘଟଣ ଆଶଙ୍କାରେ ଓଡ଼ିଶା ପୋଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଯେପରି କୌଣସି ଅଘଟଣ ନଘଟିବ, ସେଥିଲାଗି ସମ୍ବେଦନଶୀଳ ସ୍ଥାନମାନଙ୍କରେ ବ୍ଲକିଂ-ଚେକିଂ କରାଯାଇଛି । ଏହାବ୍ୟତୀତ କମିଶନରେଟ୍‌ ପୋଲିସ ମଧ୍ୟ ମଙ୍ଗଳବାର ରାତିରେ ଭୁବନେଶ୍ୱର ଏବଂ କଟକ ଅଞ୍ଚଳର ବିଭିନ୍ନ ଅଞ୍ଚଳର ଗଳି କନ୍ଦି ବୁଲି ପଇଁତରା ମାରୁଛି । ମଙ୍ଗଳବାର ଦିନ ପୋଲିସ କମିଶନର ହୋଲି ବାର୍ତ୍ତା ଦେବା ଅବସରରେ କହିଥିଲେ ଯେ, ଶୁଖ ଶାନ୍ତିରେ ହୋଲି ପାଳନ କରନ୍ତୁ । ଯଦି ହୋଲି ଖେଳ ଅବସରରେ କୌଣସି ଅଘଟଣ ଘଟେ । ତେବେ ଦୋଷୀ ଜେଲ୍‌ ହେପାଜତରେ ପାଳନ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+