ଆଜି ହରିଶୟନ ଏକାଦଶୀ: କାଳିଆକୁ ଲାଗୁ ହେବ ଚୁଡ଼ାଘଷା

ଆଜି ହରିଶୟନ ଏକାଦଶୀ, ମୋ ଜଗା ଖାଇବ ଚୁଡାଘଷା । ରଥଯାତ୍ରା ଆସିଲେ ଲୋକରଣ୍ୟ ହୋଇ ଉଠେ ଶ୍ରୀକ୍ଷେତ୍ର। ଭକ୍ତ ଓ ଭଗବାନ ଙ୍କ ମଧ୍ୟରେ ସମ୍ପର୍କର ସେତୁ ବଢିବା ଲାଗିଥାଏ । ତେବେ ଅନେକ ଭକ୍ତ ଅଛନ୍ତି ଯେଉଁମାନେ ବଡ଼ ଦାଣ୍ଡ ରେ ମହାପ୍ରଭୁ ଙ୍କୁ ଚୁଡାଘଷା ଭୋଗ ଅର୍ପଣ କରିଥାନ୍ତି । ଶ୍ରୀକ୍ଷେତ୍ରରେ ଲୀଳା କରୁଛନ୍ତି ମହାପ୍ରଭୁ । ଠାକୁର ରଥାରୁଢ ହେବା ପରେ ବଡ ଦାଣ୍ଡରେ ଲାଗିଛି ଗହଳି ଚହଳି ।

ଠାକୁରଙ୍କ ଦର୍ଶନ ସାଙ୍ଗକୁ ଭୋଗ ଟିକିଏ ପାଇବା ପାଇଁ ସମସ୍ତଙ୍କ ମନରେ ଆଗ୍ରହ ରହି ଥାଏ । ବାପା ଜେଜେ ଅମଳରୁ ପୁରୀ ଜ଼ିଲ୍ଲାର ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଚୁଡାଘସା ଭୋଗ କରିଥାନ୍ତି । ତେବେ ବହୁ ପୁରାତନ କାଳରୁ ଏହି ପରମ୍ପରା ରହିଥିବା ବେଳେ ଏହାକୁ ପରବର୍ତ୍ତୀ ପିଢ଼ି ଭାବରେ ପାଳନ କରୁ ଅଛୁ ବୋଲି ଭକ୍ତ ମାନେ କହିଛନ୍ତି ।

Today is Harishayan Ekadashi

ବଡ ଦାଣ୍ଡରେ ଠାକୁରଙ୍କ ରଥ ପଛ ପଟେ ନଡ଼ିଆ ଗୁଡ ଚୁଡା ଗୁଜୁରାତି ଅଳେଇଚ କର୍ପୁର ଆଦି ବିକ୍ରି କରାଯାଉଥିବା ବେଳେ ଭକ୍ତମାନେ ଏଠାରୁ ଏହାକୁ କିଣି ଚୁଡା ଘଷିବା ସହିତ ପୂଜାର୍ଚ୍ଚନା କରିବା ପାଇଁ ଦେଇ ଥାନ୍ତି । ପୂଜା ପଣ୍ଡାଙ୍କ ଦ୍ୱାରା ପୂଜା କରାଯିବା ସହିତ ପ୍ରଭୁ ଙ୍କୁ ଚୁଡା ଘସା ଭୋଗ ଅର୍ପଣ କରା ଯାଇଥାଏ । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ କରାଯାଉଥିବା ଏହି ପରମ୍ପରା ଆଗକୁ ଏମିତି ଜାରି ରହୁଥିବ ।

ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ କରିବାକୁ ପୁରୀରେ ପ୍ରବଳ ଭିଡ଼। ମହାପ୍ରଭୁଙ୍କୁ ପାଖରୁ ଆଖି ପୁରେଇ ଦେଖିବାକୁ ପୁରୀକୁ ଭକ୍ତଙ୍କ ପ୍ରବଳ ସମାଗମ ହେଉଛି ।

ପୁରୀକୁ ଅଧିକ ଭକ୍ତଙ୍କ ଆଗମନ ଯୋଗୁ ଭିଡ଼ ନେଇ ସତର୍କ କରାଇଛି ପୋଲିସ । ସହରରେ ଥିବା ପାର୍କିଂ ସ୍ଥାନଗୁଡ଼ିକ ପ୍ରାୟ ଭର୍ତ୍ତି ହୋଇସାରିଛି ।

ଉପଲବ୍ଧତା ଅନୁସାରେ ଏବେ ତାଳବଣିଆ ଓ ଷ୍ଟର୍ଲିଂରେ ପାର୍କିଂ କରାଯାଉଥିବା ସୂଚନା ଦେଇଛି ପୋଲିସ। ଏପରିକି ବାଟଗାଁ ଏବଂ ମାଳତୀପାଟପୁରରେ ଶ୍ରଦ୍ଧାଳୁଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିପାରେ। ଏହାକୁ ଧ୍ୟାନରେ ରଖି ଯୋଜନା ପ୍ରସ୍ତୁତ କରିବାକୁ ନିବେଦନ କରିଛି ପୋଲିସ। ପ୍ରବଳ ଭିଡକୁ ଲକ୍ଷ୍ୟରେ ରଖି ଗାଡି ପାସ୍ ଗୁଡିକ ରଦ୍ଦ କରାଯାଇଛି।

ଏପଟେ ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ିଛନ୍ତି ଶ୍ରୀଜିଉ। ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ରହିଛି ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ଆଜି ରଥ ଉପରେ ଜଗତଜନଙ୍କୁ ସୁନାବେଶରେ ଦର୍ଶନ ଦେବେ ଜଗତ ଠାକୁର। ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅପରାହ୍ଣରେ ଶ୍ରୀବିଗ୍ରହଙ୍କୁ ସୁନାବେଶରେ ସଜିତ କରାଯିବ।

ମହଣ ମହଣ ସ୍ବର୍ଣ୍ଣ ଓ ରତ୍ନ ଖଚିତ ଅଳଙ୍କାରରେ ଝଟକିବେ ମହାବାହୁ। ରାତି ୧୧ଟା ଯାଏଁ ସୁନାବେଶରେ ଦର୍ଶନ ଦେବେ ଶ୍ରୀବିଗ୍ରହ। ମହାପ୍ରଭୁଙ୍କର ସମସ୍ତ ଚିତ୍ତାକର୍ଷକ ବେଶ ମଧ୍ୟରେ ସୁନାବେଶ ଅର୍ଥାତ ବଡ଼ତଢାଉ ବେଶ ଅନ୍ୟତମ। ବର୍ଷକରେ ଥରେ ରଥ ଉପରେ ଏହି ଦୁର୍ଲଭ ବେଶ ଅନୁଷ୍ଠିତ ହୋଇଥାଏ। ସୁନାବେଶ ଦେଖିବାକୁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବ୍ୟାରିକେଡ୍ ଦେଇ ରଥାରୁଢ଼ ଶ୍ରୀଜିଙ୍କର ସୁନାବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ। ଆସନ୍ତାକାଲି ମହାପ୍ରଭୁଙ୍କ ଅଧରପଣା। ମଙ୍ଗଳବାର ନୀଳାଦ୍ରିବିଜେରେ ନୀଳକନ୍ଦର ବାହୁଡ଼ିବେ ନୀଳମଣି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+