Guru Purnima: ଆଜି ଗୁରୁ ପୂର୍ଣ୍ଣିମା; କରନ୍ତୁ ଏହି ୫ଟି ଉପାୟ; ମିଳିବ ବଡ଼ ସଫଳତା

Guru Purnima; ହିନ୍ଦୁ ଧର୍ମରେ, ଆଷାଢ଼ ମାସର ପୂର୍ଣ୍ଣିମାକୁ ଗୁରୁ ପୂର୍ଣ୍ଣିମା (Guru Purnima 2024) ଭାବରେ ପାଳନ କରାଯାଏ। ଆଜି ହେଉଛି ପବିତ୍ର ଗୁରୁ ପୂର୍ଣ୍ଣିମା । ଏହି ଦିନ ବେଦର ସୃଷ୍ଟିକର୍ତ୍ତା ବେଦ ବ୍ୟାସ ଜନ୍ମ ଗ୍ରହଣ କରିଥିଲେ ।

ଗୁରୁ ପୂର୍ଣ୍ଣିମାରେ ଦାନ, ଉପାସନା ଓ ଜପର ବେଶ ଗୁରୁତ୍ୱ ରହିଛି । ଏହି ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ। ତେବେ ଗୁରୁ ପୂର୍ଣ୍ଣିମା ଦିନ ଏହି ୫ଟି ଉପାୟ କରିବା ଦ୍ବାରା ଜୀବନରେ ସଫଳତା ମିଳିଥାଏ ।

Guru Purnima

ଆସନ୍ତୁ ଜାଣିବା ଏହି ୫ଟି ଉପାୟ ବିଷୟରେ

ଗୁରୁ ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଇଥାଏ । ଏହି ଦିନ, କଦଳୀ ଗଛ ତଳେ ଘିଅ ଦୀପ ଜାଳିବା ଦ୍ବାରା ଜାତକରେ ଗୁରୁ ଗ୍ରହ ବୃହସ୍ପତିଙ୍କ ସ୍ଥିତି ମଜବୁତ ହୋଇଥାଏ । ଫଳରେ ଚାକିରି କ୍ଷେତ୍ରରେ ଲାଗି ରହିଥିବା ବାଧ୍ୟା ଓ ସମସ୍ୟା ଦୂର ହୋଇଥାଏ ଓ ନୂଆ ଚାକିରି ନେଇ ସୁଯୋଗ ମିଳିଥାଏ ।

ଗୁରୁ ପୂର୍ଣ୍ଣିମା ଦିନ ଘରେ ଗୁରୁ ଯନ୍ତ୍ର ସ୍ଥାପନା କଲେ ଜୀବନରେ ସୁଖ ଓ ସୌଭାଗ୍ୟ ବୃଦ୍ଧି ହୋଇଥାଏ । ଏହି ପବିତ୍ର ଦିନରେ ଏହି ଯନ୍ତ୍ର ସ୍ଥାପନା କରିବା ଦ୍ୱାରା କ୍ୟାରିୟରରେ ସଫଳତା ମିଳିବା ସହ ନୂଆ ସୁଯୋଗ ମଧ୍ୟ ମିଳିଥାଏ ।

ବ୍ୟବସାୟରେ ସଫଳତା ପାଇବା ପାଇଁ ଗୁରୁ ପୂର୍ଣ୍ଣିମା ଦିନ ଗରିବ ଲୋକକୁ ହଳଦିଆ ଶସ୍ୟ ବା ହଳଦିଆ ରଙ୍ଗର ମିଠା ଦାନ କରନ୍ତୁ । ଏହାଦ୍ବାରା ଆପଣଙ୍କ ସବୁ ସମସ୍ୟା ଦୂର ହୋଇଯିବ ।

ଛାତ୍ରଛାତ୍ରୀମାନେ ଗୁରୁ ପୂର୍ଣ୍ଣିମା ଦିନ ଗାଈଙ୍କ ସେବା କରିବା ଉଚିତ୍। ଏହାଛଡ଼ା ଗୁରୁ ପୂର୍ଣ୍ଣିମା ଦିନ ଗୀତା ପାଠ କରିବା ଦ୍ବାରା ସଫଳତା ମଧ୍ୟ ମିଳିଥାଏ ।

କ୍ୟାରିୟରରେ ଅଗ୍ରଗତି ପାଇଁ, ପୁସ୍ତକର ପ୍ରଥମ ପୃଷ୍ଠାରେ ଏକ ସ୍ବସ୍ତିକ ଚିହ୍ନ ତିଆରି କରି ଏଥିରେ ନିଜର ଇଚ୍ଛା ଲେଖନ୍ତୁ । ପରେ ଏହି ପୁସ୍ତକକୁ ମା' ସରସ୍ୱତୀଙ୍କ ପାଦ ତଳେ ରଖନ୍ତୁ । ଏପରି କରିବା ଦ୍ବାରା ମା' ଲକ୍ଷ୍ମୀଙ୍କ କୃପାରୁ ସମସ୍ତ ଇଚ୍ଛା ପୂରଣ ହୋଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+