ଆଜି ପ୍ରଥମ ପର୍ଯ୍ୟାୟ ସମବାୟ ସମିତି ନିର୍ବାଚନ

ଆଜି ପ୍ରଥମ ପର୍ଯ୍ୟାୟର ପ୍ରାଥମିକ ସମବାୟ ସମିତି ନିର୍ବାଚନ । ମୋଟ ୭୩୧ଟି ପ୍ରାଥମିକ ସମବାୟ ସମିତିରେ ଏହି ନିର୍ବାଚନ ହେଉଛି ।

ଭୁବନେଶ୍ୱର: ଆଜି ପ୍ରଥମ ପର୍ଯ୍ୟାୟର ପ୍ରାଥମିକ ସମବାୟ ସମିତି ନିର୍ବାଚନ । ମୋଟ ୭୩୧ଟି ପ୍ରାଥମିକ ସମବାୟ ସମିତିରେ ଏହି ନିର୍ବାଚନ ହେଉଛି । ଭୋଟ ଗ୍ରହଣ ଶେଷ ହେବାପରେ ଗଣତି ହୋଇ ଫଳାଫଳ ଘୋଷଣା ହେବ ।

Election

୩ ହଜାର ୨୫୨ ପ୍ରାଥମିକ ସମବାୟ ସମିତିରୁ ୨ ହଜାର ୫୨୧ଟି ସମିତିରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ସଦସ୍ୟ, ସଦସ୍ୟା ନିର୍ବାଚିତ ହୋଇଛନ୍ତି । ବାକି ୭୩୧ ପ୍ରାଥମିକ ସମବାୟ ସମିତିରେ ଆଜି ନିର୍ବାଚନ ହେଉଛି । ମୋଟ ୪ ଲକ୍ଷ ୫୩ ହଜାର ୬୧୦ ଭୋଟର ମତଦାନ କରୁଛନ୍ତି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ନ ୪ଟା ଯାଏ ଚାଲିବ ।

ତେବେ ଭୋଟିଂ ଚାଲିଥିବା ଏହି ୭୩୧ଟିରୁ ୨୪୪ଟି ସମ୍ବେଦନଶୀଳ ବୁଥ ରହିଛି। ଏସବୁ ସମ୍ବେଦନଶୀଳ ବୁଥରେ ପୋଲିସ ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି । ବାକିଥିବା ପ୍ରାଥମିକ ସମବାୟ ସମିତି ଗୁଡ଼ିକରେ ଆସନ୍ତା ୨୬ତାରିଖରେ ଭୋଟ୍ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ରାଜ୍ୟର ପ୍ରାୟ ୭ହଜାର ପ୍ରାଥମିକ ସମବାୟ ସମିତିରେ ନିର୍ବାଚନ ହେବ । ୩୦ଲକ୍ଷ ସଦସ୍ୟ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+