ଆଜି ଭାଦ୍ରବ କୃଷ୍ଣ ଏକାଦଶୀ ବା କାଳୀୟ ଦଳନ ଏକାଦଶୀ

ଆଜି ଭାଦ୍ରବ କୃଷ୍ଣ ଏକାଦଶୀ ବା କାଳୀୟ ଦଳନ ଏକାଦଶୀ । ଏ ଅବସରରେ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଅଛି ସ୍ୱତନ୍ତ୍ର ନୀତିକାନ୍ତି। ମଧ୍ୟାହ୍ନ ଧୂପ ପରେ ଅନୁଷ୍ଠିତ ହେବ କାଳୀୟ ଦଳନ ଲୀଳା ।

ଶ୍ରୀଜିଉଙ୍କ ଆଜ୍ଞାମାଳ ବିଜେ ପରେ ପାଲିଙ୍କିରେ ଲବଣିଖିଆ ମଣ୍ଡପ ଯିବେ ଚଳନ୍ତି ପ୍ରତିମା । ସେଠାରେ ମହାଭୋଇ ସେବାୟତ ମାନେ ସରଲବଣୀ ଭୋଗ ଲାଗି ପରେ ମାର୍କଣ୍ଡ ପୁଷ୍କରିଣୀରେ କାଳୀୟ ଦଳନ ଲୀଳା ଅନୁଷ୍ଠିତ ହେବ ।

ଅନ୍ୟପଟେ ଏ ଅବସରରେ ଶ୍ରୀଜିଉ କାଳୀୟ ଦଳନ ବେଶରେ ଦର୍ଶନ ଦେବେ। ଜଗନ୍ନାଥବଲ୍ଲଭ ମଠରୁ ଆସିଥିବା ଅମୃତ ଲଡୁକୁ ପୁଷ୍ପାଳକ ସେବାୟତ ମାନେ ଶ୍ରୀବିଗ୍ରହରେ ଲାଗି କରିବାର ପରମ୍ପରା ରହିଛି । ବିଶ୍ୱସ ରହିଛି ଶ୍ରୀଜିଉଙ୍କ ଏ ଦୁର୍ଲଭ ବେଶ ଦର୍ଶନ ସହ ଲଡୁ ଭୋଗ ଖାଇଲେ ସର୍ପଦଂଶନ ଯୋଗ କଟିଥାଏ ।

Bhadrava Krishna ekadeshi

ଗତକାଲି ସନ୍ଧ୍ୟାଧୂପ ପରେ ଠାକୁରମାନଙ୍କୁ ବନଭୋଜି ବେଶରେ ସଜ୍ଜିତ କରାଯାଇଥିଲା । ଶ୍ରୀଜିଉମାନଙ୍କ ଶ୍ରୀଭୁଜରେ ରୁପା ପିଙ୍ଗଣରେ ସର ଧାରଣ ସହ ଅନ୍ୟ ହସ୍ତରେ ନଉଡି ଧରିଥାନ୍ତି। ବନଭୋଜି ବେଶରେ ଠାକୁରମାନଙ୍କୁ ପ୍ରାୟ ୧୮ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାରରେ ବିମଣ୍ଡିତ କରାଯାଇଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+