ଆଜି ଓଡିଶା ପୋଲିସର ୮୭ ତମ ପ୍ରତିଷ୍ଠା ଦିବସ
ଓଡ଼ିଶା ପୋଲିସର ୮୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ୱର ସପ୍ତମ ବାଟାଲିଆନଠାରେ କମିସନରେଟ ପୋଲିସ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।
ଭୁବନେଶ୍ୱର: ଓଡ଼ିଶା ପୋଲିସର ୮୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ୱର ସପ୍ତମ ବାଟାଲିଆନଠାରେ କମିସନରେଟ ପୋଲିସ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କମିସନରେଟ ପୋଲିସ ଆଗାମୀ ଦିନରେ କିପରି ଅଧିକରୁ ଅଧିକ ଭଲ କାମ କରି ଲୋକଙ୍କ ଆସ୍ଥାଭାଜନ ହୋଇପାରିବ ସେ ନେଇ ଆଜି ସଂକଳ୍ପ ନିଆଯାଇଥିବା ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

ଜନସାଧାରଣଙ୍କ ନିକଟରେ ପହଁଚିବା ପାଇଁ ଯେଉଁ କାମ ପୂର୍ବରୁ ଚାଲୁଥିଲା ତାହା ଏବେ ଚାଲିଛି ତାକୁ ପୁନଃରୂପ ଦେଇ ଆଗେଇ ନେବାକୁ କହିଛନ୍ତି ସିପି। ଏହାସହ ଅଜିଠୁ କମିଶନରେଟ ପୋଲିସ ପକ୍ଷରୁ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଷ୍ଟ୍ରେସ ମ୍ୟାନେଜମେଣ୍ଟ ପାଇଁ ବ୍ଲିସ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା କହିଛନ୍ତି ପୋଲିସ କମିଶନର।
ଅନ୍ୟପଟେ, କଟକରେ ଆଜି ପାଳିତ ହୋଇଛି ପୋଲିସ ପ୍ରତିଷ୍ଠା ଦିବସ । ଏହି ୮୭ତମ ପୋଲିସ ପ୍ରତିଷ୍ଠା ଦିଵସ କଟକର ଷଷ୍ଠ ବାଟାଲିୟନ ପଡିଆରେ ଆୟୋଜିତ ହୋଇଛି । ପୋଲିସ ମହାନିର୍ଦ୍ଦେଶକ ସୁନୀଲ ଵଂଶଲ ଏହି ପୋଲିସ ପ୍ରତିଷ୍ଠା ଦିଵସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ଓଡିଶା ପୋଲିସର ଭିତ୍ତିଭୂମି, ମାନଵ ସମ୍ବଳ ,ଆଧୁନିକିକରଣ ,ସାଇଵର ଅପରାଧ ଓ ଅର୍ଥନୈତିକ ଅପରାଧ ଏଵେ ସଵୁଠୁ ଵଡ ଚାଲେଞ୍ଜ । କଟକରେ ଆଜି ପୋଲିସ ୮୭ତମ ପୋଲିସ ପ୍ରତିଷ୍ଠା ଦିଵସରେ ଏହା କହିଛନ୍ତି ପୋଲିସ ଡିଜି ସୁନୀଲ ଵଂଶଲ । ଏହି ୮୭ତମ ପୋଲିସ ପ୍ରତିଷ୍ଠା ଦିଵସ କଟକର ଷଷ୍ଠ ବାଟାଲିୟନ ପଡିଆରେ ଆୟୋଜିତ ହୋଇଥିଲା ।












Click it and Unblock the Notifications