ଆଜି ଓଡ଼ିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଭୋଟ୍, ଆରମ୍ଭ ହେଲା ଭୋଟିଂ
Lok Sabha Polls 2024: ଆଜି ଓଡ଼ିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଭୋଟ୍ । ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ଭୋଟିଂ ଆରମ୍ଭ । ଯାହାର ଫଳାଫଳ ଜୁନ୍ ୪ ତାରିଖରେ ପ୍ରକାଶ ପାଇବ ।
ବିଧାନସଭା ଆସନ ପାଇଁ ଭୋଟିଂ ହେବ । ଯାହାର ଫଳାଫଳ ଜୁନ୍ ୪ ତାରିଖରେ ପ୍ରକାଶ ପାଇବ । ଶେଷ ପର୍ଯ୍ୟାୟ ମତାଦାନ ପାଇଁ ୧୦ ହଜାର ୮୮୨ଟି ବୁଥ ରହିଛି । ଯାହା ମଧ୍ୟରୁ ୨୧ ପ୍ରତିଶତ ବୁଥ ସମ୍ବେଦନଶୀଳ ରହିଛି । ଆସନ୍ତାକାଲି ୪୬୦ ନେତାଙ୍କର ହେବ ଭାଗ୍ୟ ପରୀକ୍ଷା । ସେହିପରି ୯୯ ଲକ୍ଷରୁ ଅଧିକ ଭୋଟର ଦେବେ ମତଦାନ ।

ଓଡ଼ିଶାରେ ମଧ୍ୟ ଶେଷ ପର୍ଯ୍ୟାୟ ମତଦାନରେ ୪୨ ବିଧାନସଭା ନିର୍ବାଚନମଣ୍ତଳି ପାଇଁ ହେବ ଭୋଟ୍ ଗ୍ରହଣ । ମୋଟ୍ ୩୯୪ ଜଣ ବିଧାୟକ ଆଶାୟୀ ପ୍ରାର୍ଥୀ ରହିଥିବା ବେଳେ ୬ ଲୋକସଭା କ୍ଷେତ୍ରରେ ୬୬ ଜଣ ସାଂସଦ ପ୍ରାର୍ଥୀ ରହିଛନ୍ତି ।୧୦ ହଜାର ୮୮୨ଟି ବୁଥ ରହିଥିବା ବେଳେ ୧୪୦୦ଟି ବୁଥ ମହିଳାଙ୍କ ଦ୍ୱାରା ପରିଚାଳିତ ହେଉଛି ।












Click it and Unblock the Notifications