ଆଜି ଦିନରେ ରାଜ୍ୟରେ ଚିହ୍ନଟ ହୋଇଥିଲା ପ୍ରଥମ କରୋନା ପଜିଟିଭ୍

ରାଜ୍ୟରେ କରୋନା ସଂକ୍ରମଣକୁ ବର୍ଷେ ପୁରିଛି । ଆଜି ଦିନରେ ରାଜ୍ୟରେ ଚିହ୍ନଟ ହୋଇଥିଲା ପ୍ରଥମ କରୋନା ପଜିଟିଭ୍ । ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳର ଦେବାଶିଷ ହରିଚନ୍ଦନ ଥିଲେ ରାଜ୍ୟର ପ୍ରଥମ କରୋନା ପଜିଟିଭ ବ୍ୟକ୍ତି ।

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ବର୍ଷେ ପୁରିଛି । ଆଜି ଦିନରେ ରାଜ୍ୟରେ ଚିହ୍ନଟ ହୋଇଥିଲା ପ୍ରଥମ କରୋନା ପଜିଟିଭ୍ । ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳର ଦେବାଶିଷ ହରିଚନ୍ଦନ ଥିଲେ ରାଜ୍ୟର ପ୍ରଥମ କରୋନା ପଜିଟିଭ ବ୍ୟକ୍ତି । ସେ ଇଟାଲିରୁ ଭୁବନେଶ୍ୱର ଫେରିବା ପରେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ କ୍ୟାପିଟାଲ ହସପିଟାଲରେ ଆଇସୋଲେସନରେ ରଖାଯାଇଥିଲା। ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିଲେ ଦେବାଶିଷ।

corona positive

ମାର୍ଚ୍ଚ ୫ ତାରିଖରେ ରାଜ୍ୟ ସରକାରଙ୍କ ଆରମ୍ଭ କରିଥିଲେ କରୋନା ମୁକାବିଲା ପ୍ରସ୍ତୁତି। ମାର୍ଚ୍ଚ ୧୩ରେ କୋଭିଡକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯାଇଥିଲା। କରୋନା ସହ ଲଢ଼େଇ ପାଇଁ ମାର୍ଚ୍ଚ ୨୧ରୁ ରାଜ୍ୟରେ ଘୋଷଣା ହୋଇଥିଲା ସଟଡାଉନ୍। ସଂକ୍ରମଣ ମଧ୍ୟରେ ମହାମାରୀକୁ ସଫଳତାର ସହ ମୁକାବିଲା କରିଛି ଓଡ଼ିଶା।

ଏବେ ଶହେ ତଳେ ରହୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା। ଦୋକାନ ବଜାର ସହ ସିନେମା ହଲ ଖୋଲିଛି। ଟିକାକରଣ ଅଭିଯାନ ଜାରି ରହିଥିବା ବେଳେ, ମହାମାରୀ ଭୟ ଏବେ ବି ଟଳିନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+