ଆଜି ଜାଗର ବିଭିନ୍ନ ଶୈବ ପୀଠରେ ଭକ୍ତଙ୍କ ଭିଡ଼, ଲିଙ୍ଗରାଜ ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା

ଆଜି ପବିତ୍ର ଫାଲଗୁନ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି । ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ । ଲିଙ୍ଗରାଜ ମନ୍ଦିରରେ ପ୍ରଭାତ ୩ଟାରେ ପହଡ଼ ଖୋଲିବା ସହ ୩ଟା ୩୦ରେ ହୋଇଛି ମଙ୍ଗଳ ଆଳତୀ ପରେ ଦର୍ଶନ ଆରମ୍ଭ ହୋଇଛି । ଦିନ 11ଟା ପର୍ଯ୍ୟନ୍ତ ସାହାଣ ମେଲା ଦର୍ଶନ କରିପାରିବେ ଭକ୍ତ। ରାତି 10ଟାରେ ଉଠିବ ମହାଦୀପ। ଶୃଙ୍ଖଳିତ ଦର୍ଶନ ଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଲୋକନାଥଙ୍କ ପୀଠରେ ଗତକାଲିଠାରୁ ପ୍ରଜ୍ବଳିତ ହୋଇଛି ସବୁଠାରୁ ବଡ଼ ଅଖଣ୍ଡ ଦୀପ । ସେହିପରି ବାବା ଧବଳେଶ୍ବର ପୀଠରେ ୪ ପ୍ରହର ପୂଜା ପରେ ରାତି ଗୋଟାଏରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି ।

Mahashivratri 2025

ପୋଲିସ ପ୍ରଶାସନ ଏବଂ ଦେବୋତ୍ତର ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସେପଟେ ବାବା ଆଖଣ୍ଡଳମଣିଙ୍କ ପୀଠରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ମନ୍ଦିର ଭିତରେ ଓ ବାହାରେ ଫୋର୍ସ ମୁତୟନ ହୋଇଛନ୍ତି । ନୀତି ନିର୍ଘଣ୍ଟ ଅନୁଯାୟୀ ରାତି ୧୨ଟାରେ ମଣିବାବାଙ୍କ ସୁନାବେଶ ଆରମ୍ଭ ହେବା ସହ ରାତି ୨ଟାରେ ଉଠିବ ମହାଦୀପ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+