ଆଜି ପବିତ୍ର ଅଁଳା ନବମୀ, ରାଧା ପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ
ଆଜି ପବିତ୍ର ଅଁଳା ନବମୀ, ରାଧା ପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ
ପୁରୀ: ଆଜି ପବିତ୍ର ଅଁଳା ନବମୀ । ଅଁଳା ନବମୀରେ ରାଧା ପାଦ ଦର୍ଶନ କରିବା ପାଇଁ ପୁରୀର ସାକ୍ଷୀଗୋପାଳରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଆଜି ମାଆ ଓଡ଼ିଆଣୀ ବେଶରେ ଦେଉଛନ୍ତି ଦର୍ଶନ । କରୋନା ପାଇଁ ଦୁଇ ବର୍ଷ ପରେ ଭକ୍ତଙ୍କୁ ମା'ଙ୍କ ଦର୍ଶନ କରିବାର ମୌକା ମିଳିଛି । ଚଳିତ ବର୍ଷ ଶ୍ରଦ୍ଧାଳୁ କେବଳ ମା'ଙ୍କ ଦର୍ଶନ କରିପାରିବେ କିନ୍ତୁ ମାଆଙ୍କ ପାଦ ସ୍ପର୍ଶ କରିପାରିବେ ନାହିଁ । ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ରାତି ୧ ଟାରୁ ଦ୍ୱାର ଫିଟା ଯାଇ ନୀତି ପାଳନ କରାଯାଇ ରାତ୍ରୀ ୧.୩୦ରେ ମଙ୍ଗଳ ଆଳତି କରାଯାଇଥିଲା । ରାତିର ୧.୩୦ରୁ ୩ଟା ପର୍ଯ୍ୟନ୍ତ ବେଶ, ମଇଲମ, ମର୍ଦ୍ଧନ, ଅବକାଶ, ନଟବରବେଶ ଅନୁଷ୍ଠିତ ହୋଇଥିଲା । ସକାଳ ୫.୩୦ରେ ମନ୍ଦିର କର୍ମଚାରୀ ଓ ସେବାୟତ ମାନେ ଦର୍ଶନ କରିଥିଲେ । ସେହିପରି ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସାହାଣମେଳା ସର୍ବସାଧାରଣ ଦର୍ଶନ ଚାଲିବ । ପାଳିଆ ପରିବର୍ତ୍ତନ ନିମନ୍ତେ ସନ୍ଧ୍ୟା ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହା ପରେ ପୁଣି ସନ୍ଧ୍ୟା ୬ଟାରୁ ରାତି ୧୧.୩୦ ଚାଲିବ ସାହାଣମେଲା ଦର୍ଶନ ।
ଆଜିର ଦିନରେ ଅର୍ଥାତ୍ ପବିତ୍ର ଅଁଳା ନବମୀରେ ଦାନର ମହତ୍ତ୍ୱ ଅଧିକ ରହିଛି । ମାନ୍ୟତା ରହିଛି ଯେ କାର୍ତ୍ତିକ ମାସ ଶୁଳ୍କପକ୍ଷ ନବମୀ ତିଥିରୁ ନେଇ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଭଗବାନ ବିଷ୍ଣୁ ଅଁଳା ଗଛରେ ବିରାଜମାନ କରନ୍ତି । ଏଥିପାଇଁ ଅକ୍ଷୟ ନବମୀ ଦିନ ବିଧିବଦ୍ଧ ଭାବେ ଅଁଳା ଗଛର ପୂଜାର୍ଚ୍ଚାନ କରାଯାଇଥାଏ । ଆଜି ଶ୍ରଦ୍ଧାଳୁମାନେ ଅଁଳା ଗଛର ୧୦୮ ଥର ପରିକ୍ରମା କରିବା ଦ୍ୱାରା ସମସ୍ତ ମନୋକାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।












Click it and Unblock the Notifications