ଆଜି କୋଭିଡ୍ ସ୍ଥିତି ସମୀକ୍ଷା କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କୋଭିଡ୍ ପରିସ୍ଥିତି ଓ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିପାରନ୍ତି। ଭର୍ଚୁଆଲ ମୋଡ୍ରେ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଅଧ୍ୟକ୍ଷତା କରିବେ। ମୁଖ୍ୟ ଶାସନ ସଚିବଙ୍କ ସମେତ ସ୍ବାସ୍ଥ୍ୟ ବିଭାଗ ସଚିବ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଏଥିରେ ଯୋଗ ଦେବା ନେଇ ସୂଚନା ରହିଛି ।
ଗତକାଲଠୁ ସାରା ଦେଶରେ କରୋନା ପାଇଁ ଦୁଇଦିନିଆ ମକଡ୍ରିଲ୍ ଆରମ୍ଭ ହୋଇଛି । ଅକ୍ସିଜେନ୍, ଆଇସିୟୁ, ବେଡ, ଔଷଧ ଆଦି ଯଥେଷ୍ଟ ପରିମାଣରେ ଅଛି ନା ନାହିଁ ତାହାର ଯାଞ୍ଚ କରାଯାଇଥିଲା । କରୋନା ପାଇଁ ଏସସିବି ମେଡିକାଲ କଲେଜରେ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି । ଯେଉଁଠି ରହିଛି ୨୦ଟି ବେଡ୍ ଏବଂ ୨ଟି ଆଇସିୟୁ ପ୍ରସ୍ତୁତ ରଖାଯାଇଛି । ତେବେ ଓଡ଼ିଶା ସମସ୍ତ ପ୍ରକାର ସ୍ଥିତି ପାଇଁ ପ୍ରସ୍ତୁତ ଅଛି, ବର୍ତ୍ତମାନ ଅଧିକାଂଶ ସଂକ୍ରମିତ ହୋମ ଆଇସୋଲେସନରେ ରହିଛନ୍ତି ଏବଂ ଲକ୍ଷଣ ଦେଖିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ସ୍ୱସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ସୂଚନା ଅନୁସାରେ, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୩୧କୁ ବୃଦ୍ଧି ପାଇଛି । ସେହିପରି ୨୪ ଘଣ୍ଟାରେ ସୁସ୍ଥ ହେଲେ ୩୯ କରୋନା ଆକ୍ରାନ୍ତ ।
ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ସାରା ଦେଶରେ ମୋଟ ୫୬୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ୩୭୬୧ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ପରେ ଦେଶରେ ସକ୍ରିୟ ମାମଲା ୩୭ ହଜାର ୦୯୩କୁ ବୃଦ୍ଧି ହୋଇଛି । ଏହି ସମୟରେ ୨୧ ଜଣ କରୋନା ଆକ୍ରାନ୍ତଙ୍କ ଦେହାନ୍ତ ହୋଇଛି । ଯାହାକି ବିଶେଷଜ୍ଞ ଏବଂ ସରକାରଙ୍କ ଚିନ୍ତା ବଢାଇ ଦେଇଛି ।












Click it and Unblock the Notifications