ଆଜି ଚକା ବିଜେ ନୀତି, ଦଶମୂଳ ମୋଦକ ଖାଇବା ପରେ ସୁସ୍ଥ ହେବେ ଶ୍ରୀଜିଉ
ଶ୍ରୀମନ୍ଦିରରେ ଚାଲିଛି ଶ୍ରୀଜିଉ ମାନଙ୍କ ଅଣସର ସେବା ପୂଜା। ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ। ଆଜି ଦଶମୀ ତିଥିରେ ଶ୍ରୀଜିଉଙ୍କ ଚକା ବିଜେ ନୀତି କରାଯିବ। ଆଜି ଦଶମୀ ତିଥିରେ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେବ ଦଶମୂଳ ମୋଦକ।
ପୁରୀ: ଶ୍ରୀମନ୍ଦିରରେ ଚାଲିଛି ଶ୍ରୀଜିଉ ମାନଙ୍କ ଅଣସର ସେବା ପୂଜା। ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ। ଆଜି ଦଶମୀ ତିଥିରେ ଶ୍ରୀଜିଉଙ୍କ ଚକା ବିଜେ ନୀତି କରାଯିବ। ଆଜି ଦଶମୀ ତିଥିରେ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେବ ଦଶମୂଳ ମୋଦକ। ରାଜବୈଦ ଏହି ଦଶମୂଳ ମୋଦକ ପ୍ରସ୍ତୁତ କରିବେ। ଆସନ୍ତାକାଲି ସୋମବାର ଏକଦଶୀ ତିଥିରେ ମହାପ୍ରଭୁଙ୍କୁ ଲାଗି ହେବ ଏହି ଦଶମୂଳ । ଏହା ପରେ ଶ୍ରୀଜିଉ ସୁସ୍ଥ ହେବେ।

ସ୍ନାନ ପୂର୍ଣ୍ଣମୀ ଠାରୁ ମହାପ୍ରଭୁଙ୍କ ଏହି ଗୁପ୍ତ ପୂଜା ଦଇତାପତି ସେବାୟତମାନେ କରୁଛନ୍ତି । ଅନବସରର ପଞ୍ଚମୀ ତିଥିରେ ଶ୍ରୀଜିଉଙ୍କ ଶ୍ରୀ ଅଙ୍ଗରେ ଫୁଲୁରୀ ଲାଗି କରାଯାଇଥିଲା | ପରେ ଶ୍ରୀ ବିଗ୍ରହ ମାନଙ୍କୁ ଓଷୁଅ ଲାଗି କରାଯାଇଛି । ଜୁଲାଇ ୯ରେ ମହାପ୍ରଭୁଙ୍କ ନେତ୍ରୋତ୍ସବ ସହ ନବଯୌବନ ଦର୍ଶନ ରହିଛଥି। ଏହାସହ ଜୁଲାଇ ୧୦ ଓ ୧୧ ଦୁଇ ଦିନ ଧରି ଉଭା ଯାତ୍ରା ପରେ ୧୨ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ।
ଏପଟେ ତିନି ରଥର ନିର୍ମାଣ କାର୍ଯ୍ୟ ବି ପ୍ରାୟ ସରି ଆସିଲାଣି। ଏବେ ରଥର ପ୍ରଭା, ବେଦୀ ଓ ସିଂହାସନ କାମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଚିତ୍ରକର ଏବଂ ରୂପକାର ସେବାୟତ ସୌନ୍ଦର୍ଯ୍ୟକରଣରେ ଲାଗିଛନ୍ତି। ତେବେ ଗତ ବର୍ଷପରି ଚଳିତ ବର୍ଷ ମଧ୍ଯ କରୋନା କଟକଣା ଭିତରେ ପାଳନ ହେବ ରଥଯାତ୍ରା। ଏଥର ସେବାୟତଙ୍କ ବ୍ୟତୀତ ଅନ୍ୟ କେହି ରଥ କିମ୍ବା ରଥ ଡଉଡ଼ି ଛୁଇଁ ପାରିବେ ନାହିଁ । ବଡ଼ଦାଣ୍ଡରେ ଘର କରିଥିବା ଲୋକେ ଛାତ କି ବାଲକୋନିରୁ ଦେଖିପାରିବେନି ରଥଯାତ୍ରା।












Click it and Unblock the Notifications